କରୋନାକୁ ନେଇ ଗୁଜବ ଓ ସତ୍ୟତା

କରୋନାକୁ ନେଇ ଗୁଜବ ଓ ସତ୍ୟତା

କରୋନାକୁ ନେଇ ଗୁଜବ ଓ ସତ୍ୟତା
ଖରା ହେଲେ କରୋନା ଭାଇରସ ମରିଯିବ? ଗରମ କିମ୍ବା ଟାଣ ଖରାରେ କରୋନା ଭାଇରସ ମରିଯାଏ ବୋଲି ଚାରିଆଡେ଼ ଶୁଣିବାକୁ ମିଳୁଛି । କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି । ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ ଗୁଜବ ପ୍ରଚାର ହେଉଛି । ଏମିତିକି ଆଇସକି୍ରମ ନ ଖାଇବାକୁ ମଧ୍ୟ ଗୁଜବ ପ୍ରଚାର ହେଉଛି । ୟୁନିସେଫ (ୟୁନାଇଟେଡ ନେସନ ଇଣ୍ଟରନ୍ୟାସନାଲ ଚିଲେଡ୍ରେନ୍ସ ଇମର୍ଜେନ୍ସି ଫଣ୍ଡ) ନାଁରେ ଏହି ସବୁ ଗୁଜବ ପ୍ରଚାର ହୋଇଥିବା ବେଳେ ଏଥିରେ କାମ କରୁଥିବା ଚାର୍ଲସ ଗର୍ଗନିସ ଏହି ଖବରକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ୟୁନିସେଫ ଏପରି କିଛି କଥା କହି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କେମିତି ସଂକ୍ରମଣ ହୁଏ? ସଂକ୍ରମିତ ବ୍ୟକ୍ତି ଯଦି ଛିଙ୍କନ୍ତି ବା ନାକରୁ କିମ୍ବା ପାଟିରୁ ବାହାରୁଥିବା ଲିକ୍ୱିଡ ଡ୍ରପଲେଟ (ଛିଙ୍କିବା ସମୟରେ ବାହାରୁଥିବା ବୁନ୍ଦା) ଦ୍ୱାରା କରୋନା ବ୍ୟାପିଥାଏ । ଗବେଷଣା ଅନୁସାରେ କରୋନା ସଂକ୍ରମିତ ଛିଙ୍କିବା ଦ୍ୱାରା ଏକାଥରକେ ୩ ହଜାର ଡ୍ରପଲେଟ ବାହାରକୁ ବାହାରିଥାଏ । ଏହି ଡ୍ରପଲେଟରେ କୋଟି କୋଟି କରୋନା ଭାଇରସ ପ୍ରୋଟିଂ କଭରିଂରେ ଥାନ୍ତି । ସୁସ୍ଥ ବ୍ୟକ୍ତି ଏହି ଡ୍ରପଲେଟ ସଂସ୍ପର୍ଶରେ ଆସିଲେ ତାଙ୍କୁ ଏହି ରୋଗ ସଂକ୍ରମିତ ହୋଇଥାଏ । ବାହାରେ କେତେ ସମୟ ପର୍ଯ୍ରନ୍ତ ବଞ୍ଚି ରହିପାରେ ଭୂତାଣୁ? ପବନରେ କରୋନା ଆମେରିକାର ‘ନ୍ୟାସନାଲ ଇନଷ୍ଟିଚୁ୍ୟଟ ଫର ହେଲଥ’ ରିସର୍ଚ୍ଚ ଅନୁସାରେ, କରୋନା ଭାଇରସ ପବନରେ ମାତ୍ର ୩ ରୁ ୪ ଘଣ୍ଟା ବଞ୍ଚିପାରେ । ସଂକ୍ରମିତ ବ୍ୟକ୍ତି ଯଦି ଖୋଲାରେ ଛିଙ୍କନ୍ତି ତାଙ୍କ ନାକରୁ ପାଟିରୁ ବାହାରୁଥିବା ଡ୍ରପଲେଟ ପବନରେ ୩ ରୁ ୪ ଘଣ୍ଟା ଉଡ଼ି ବୁଲିବା ପରେ ମରିଯାଏ । କାଠ ନିର୍ମିତ ବସ୍ତୁ କିମ୍ବା ଷ୍ଟେନଲେସ ଷ୍ଟିଲ କାଠ ନିର୍ମିତ ଜିନିଷରେ ଭାଇରସ ୨୪ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହିପାରିବ । ସେହିଭଳି ଷ୍ଟେନଲେସ୍ ଷ୍ଟିଲରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ । ସଂକ୍ରମିତ ବ୍ୟକ୍ତି କୌଣସି ଜିନିଷକୁ ହୁଅନ୍ତି ଆଉ ସେହି ଜିନିଷକୁ ସୁସ୍ଥ ବ୍ୟକ୍ତି ଛୁଇଁବା ମାତ୍ରେ ତାଙ୍କ ଆଖି, ନାକ ଓ କାନ ଦେଇ ଯଦି ଭାଇରସ ଶରୀର ଭିତରକୁ ପ୍ରବେଶ କରେ ତେବେ ସୁସ୍ଥ ବ୍ୟକ୍ତି । ସଂକ୍ରମିତ ହେବେ । ଅତ୍ୟଧିକ ତାପମାତ୍ରାରେ ୬୦ ରୁ ୭୦ ଡିଗ୍ରୀ ସେଲସିୟସରେ ବି କରୋନା ଭାଇରସ ମରେ ନାହିଁ । ଏତେ ତାପମାତ୍ରା ମଣିଷ ଶରୀରରେ ନାହିଁ କି ଭାରତରେ ମଧ୍ୟ ଏତେ ଗରମ ନାହିଁ । ତେଣୁ କରୋନା ଉପରେ ଗରମ ପ୍ରଭାବ ପଡ଼ିବ ବୋଲି ଭାବିବା ବୃଥା ବୋଲି ମନେ ହୁଏ । ତେବେ ଏ ସମ୍ପର୍କରେ ଭୂତାଣୁ ସଂକ୍ରାନ୍ତରେ ଗବେଷଣା କରୁଥିବା ପରେଶ ଦେଶପାଣ୍ଡେଙ୍କ କହିବା ଅନୁସାରେ ଯଦି ଗରମ ଦିନରେ କୌଣସି ବ୍ୟକ୍ତି ଛିଙ୍କି ଦିଅନ୍ତି ତେବେ ଅତ୍ୟଧିକ ଗରମ ପ୍ରଭାବରେ ଡ୍ରପଲେଟ ଶୀଘ୍ର ଶୁଖିଯାଏ । ଫଳରେ ସଂକ୍ରମଣ କମ୍ ହେବାର ଆଶଙ୍କା ଥାଏ । ତେଣୁ ଗରମରେ ଯେ କରୋନା ନଷ୍ଟ ହେବ ଏହାର କୌଣସି ସଠିକ ପ୍ରମାଣ ନାହିଁ । ତା ନ ହେଲେ ଦୁବାଇ ଭଳି ଗରମ ସହରରେ ଏହି ଭାଇରସ୍ ବ୍ୟାପି ନଥାନ୍ତା । ତେଣୁ ଏହି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।