ମଙ୍ଗଳବାର ଠାରୁ ୧୪ ଜିଲ୍ଲାରେ ତାଲା ବନ୍ଦ

ମଙ୍ଗଳବାର ଠାରୁ ୧୪ ଜିଲ୍ଲାରେ ତାଲା ବନ୍ଦ

ମଙ୍ଗଳବାର ଠାରୁ ୧୪ ଜିଲ୍ଲାରେ ତାଲା ବନ୍ଦ
ବସ ଚଳାଚଳ ବନ୍ଦ ହୋମ କ୍ୱାରେଂଟିନରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର ଭୁବନେଶ୍ୱର : ପ୍ରଥମେ ୫ ଜିଲ୍ଲାରେ ଲକ ଡାଉନ ବା ତାଲା ବନ୍ଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ଏବେ ଲକ ଡାଉନ ଜିଲ୍ଳା ସଂଖ୍ୟା ୧୪କୁ ବୃଦ୍ଧି କରାଯାଇଛି । ଆସନ୍ତାକାଲି ଠାରୁ ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ତାଲା ବନ୍ଦ କରାଯିବ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଅର୍ଥାତ୍ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ । ସେହିପରି ହୋମ କ୍ୱାରେଂଟିନରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଷ୍ଟିକର ଲାଗିବ । ଯାହାଫଳରେ ଗୋଷ୍ଠୀସ୍ତରୀୟ ମନିଟରିଂ କରାଯାଇପାରିବ । ଲକ ଡାଉନ ସମୟରେ କୌଣସି ଟାକ୍ସି, ଅଟୋ ରିକ୍ସା ଚଳାଚଳ କରିପାରିବ ନାହିଁ ।