୨୪ ଘଣ୍ଟାରେ ରେକର୍ଡ ୭୭ ହଜାର ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୧ ହଜାର ଡେଇଁଲା

୨୪ ଘଣ୍ଟାରେ ରେକର୍ଡ ୭୭ ହଜାର ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୧ ହଜାର ଡେଇଁଲା

୨୪ ଘଣ୍ଟାରେ ରେକର୍ଡ ୭୭ ହଜାର ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୧ ହଜାର ଡେଇଁଲା
ନୂଆଦିଲ୍ଲୀ : ଭାରତର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ ବିଗତ ୨୪ ଘଣ୍ଟା ମଧ୍ୟରେ ୭୭ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷର ନିକଟତର ହୋଇଛି । ୭୭୨୨୬ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୬୧୫୨୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୫୭ ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୬୧୮ ହଜାର ଅତିକ୍ରମ କରିଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଲକ୍ଷ ୮୩ ହଜାର ୯୪୮୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୩୩ ହଜାର ୫୬୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦେଶରେ ଆରୋଗ୍ୟ ହାର ୭୬.୨୭ ପ୍ରତିଶତ ଛୁଇଁଛି ।