ରାଜ୍ୟରେ ଆଉ ୭୫୩ କରୋନା ଆକ୍ରାନ୍ତ
ରାଜ୍ୟରେ ଆଉ ୭୫୩ କରୋନା ଆକ୍ରାନ୍ତ
admin
Nov 15, 2020 - 06:56
Updated: Nov 15, 2020 - 06:56
ଭୁବନେଶ୍ୱର : ରାଜ୍ୟରେ ଆଉ ୭୫୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୪ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୩୧୯ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯ରେ ପହଁଚିଛି । ୨ ଲକ୍ଷ ୯୬ ହଜାର ୫୧୬ ଜଣ ସୁସ୍ଥ ହୋଇଥିବାବେଳେ ୧୦ ହଜାର ୫୬୩ ଜଣ ଚିକିତ୍ସାଧୀନ ଅଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ୪୭, ବାଲେଶ୍ୱର ୩୨, ବରଗଡ଼ ୪୧, ଭଦ୍ରକ ୧୭, ବଲାଙ୍ଗିର ୪୧, ବୌଦ୍ଧ ୧୨, କଟକ ୪୧, ଦେଓଗଡ଼ ୩, ଢେଙ୍କାନାଳ ୧୧, ଗଜପତି ୩, ଗଞ୍ଜାମ ୧୧, ଜଗତସିଂହପୁର ୨୬, କଳାହାଣ୍ଡି ୪୭, କନ୍ଧମାଳ ୧୦, କେନ୍ଦ୍ରାପଡ଼ା ୨୬, କେନ୍ଦୁଝର ୨୭, କୋରାପୁଟ ୧୨, ମାଲକାନଗିରି ୨, ମୟୂରଭଞ୍ଜ ୨୫, ନବରଙ୍ଗପୁର ୧, ନୟାଗଡ଼ ୬, ନୂଆପଡ଼ା ୬୫, ପୁରୀ ୩୪, ରାୟଗଡ଼ା ୫, ସମ୍ବଲପୁର ୨୦, ସୋନପୁରରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ଓ ଷ୍ଟେଟ ପୁଲ ୧୦ ଜଣ ବୋଲି ଜଣାଯାଇଛି ।