କରୋନା ସମ୍ପର୍କରେ କିଛି ସୂଚନା ।
କରୋନା ସମ୍ପର୍କରେ କିଛି ସୂଚନା ।
admin
Mar 15, 2020 - 10:24
Updated: Mar 15, 2020 - 10:24
ସର୍ବସାଧାରଣ ସ୍ଥାନକୁ ଜନଶୂନ୍ୟ କରିବା ପାଇଁ ସେନା ନିୟୋଜିତ କରିବାକୁ ଇରାନର ନିଷ୍ପତ୍ତି ।
ଶନିବାରଠାରୁ ଚେକ୍ ରିପବ୍ଲିକରେ ସମସ୍ତ ପବ, ରେଷ୍ଟୁରାଣ୍ଟ ୧୦ ଦିନ ପାଇଁ ବନ୍ଦ ରହିବ ।
କରୋନା ଯୋଗୁଁ ଆମେରିକାର ବିଭିନ୍ନ ଭାଗରେ ପ୍ରାୟ ୪୬,୦୦୦ ସ୍କୁଲ ବନ୍ଦ କରାଯାଇଛି । ଏହା ଯୋଗୁଁ ୨୧ ନିୟୁତ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ।
ଅଷ୍ଟ୍ରେଲିଆର କେତେକ ଭାଗରେ କରୋନା ଚିହ୍ନଟ ପାଇଁ ଆବଶ୍ୟକ ହେଉଥିବା ଟେଷ୍ଟ କିଟର ଅଭାବ ଦେଖାଦେଇଛି ।
ଚୀନ ବାହାରେ ଥିବା ସମସ୍ତ ଷ୍ଟୋରକୁ ମାର୍ଚ୍ଚ ୨୭ ଯାଏ ବନ୍ଦ ରଖିବାକୁ ଆପଲ କମ୍ପାନୀର ନିଷ୍ପତ୍ତି ।
ବ୍ରିଟେନ ଓ ୟୁରୋପର ୨୬ଟି ଦେଶରେ ନାଗରିକଙ୍କ ଆଗମନ ଉପରେ ରୋଗ ଲଗାଇଲା ଭିଏତନାମ ।
ସଂକ୍ରମଣ ରୋକିବା ପାଇଁ ଭେନେଜୁଏଲା ସଂଲଗ୍ନ ସୀମା ବନ୍ଦ କରିବା ପାଇଁ କଲମ୍ବିଆ ସରକାରଙ୍କ ନିଷ୍ପତ୍ତି ।
ନ୍ୟୁଜିଲାଣ୍ଡକୁ ଗସ୍ତ କରୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ୧୪ ଦିନ ଯାଏଁ ଆଇସୋଲେସନରେ ରଖିବାକୁ ସେଠାକାର ସରକାରଙ୍କ ଘୋଷଣା ।
ଆମେରିକା ଭିତରେ ପ୍ରତିରକ୍ଷା କର୍ମଚାରୀଙ୍କ ଗସ୍ତ ଉପରେ କଟକଣା ଲଗାଇଲା ସେଠାକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ।
ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେରେଟଙ୍କ ନମୂନା ନେଗେଟିଭ ବାହାରିଲା ।
ଲଣ୍ଡନର ଏକ ହସ୍ପିଟାଲରେ ନବଜାତ ଶିଶୁ କରୋନା ଦ୍ୱାରା ସଂକ୍ରମିତ ।
ମାର୍ଚ୍ଚ ୧୫ ଠାରୁ ସାଉଦି ଆରବକୁ ସମସ୍ତ ଆନ୍ତର୍ଜାତିକ ବିମାନର ଉଡ଼ାଣ ବନ୍ଦ ।
ମାଲେସିଆରେ ଏକ ଧାର୍ମିକ ଉତ୍ସବରେ ଯୋଗ ଦେଇଥିବା ୪୧ ଜଣ ବ୍ୟକ୍ତି କରୋନା ଦ୍ୱାରା ଆକ୍ରାନ୍ତ ।
ଫିଲିପାଇନ୍ସର ରାଜଧାନୀ ମାନିଲାରେ ରାତ୍ରୀ କାଳୀନ କର୍ଫ୍ୟୁ ଘୋଷଣା ।