ତିଆରି ହେଲା କରୋନା ଟିକା ।

ତିଆରି ହେଲା କରୋନା ଟିକା ।

ତିଆରି ହେଲା କରୋନା ଟିକା ।
ଟିକା ପ୍ରସ୍ତୁତ କଲା ଆମେରିକା କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ବେଳେ ଏହାର ମୁକାବିଲା ପାଇଁ ଟିକା ପ୍ରସ୍ତୁତ କରିବାକୁ ବିଭିନ୍ନ ଦେଶ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଆମେରିକାରେ କିଛି ଗବେଷକ କରୋନା ଭାଇରସକୁ ନିପାତ କରିବା ପାଇଁ ଟିକା ପ୍ରସ୍ତୁତ କରିଥିବାର ଦାବି କରିଛନ୍ତି । କିନ୍ତୁ ଏହାକୁ ଶୀଘ୍ର ବ୍ୟବହାର କରାଯିବାର ଆବଶ୍ୟକତାକୁ ଆଖି ଆଗରେ ରଖି ପ୍ରଥମେ ପଶୁମାନଙ୍କ ଉପରେ ଏହାର ପ୍ରୟୋଗ କରାଯିବା ପାଇଁ ଥିବା ବ୍ୟବସ୍ଥାକୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ଏବେ ସିଧାସଳଖ ମଣିଷ ଉପରେ ଏହାର ପ୍ରୟୋଗ କରାଯିବ । ପ୍ରଥମେ ଏଭଳି ପ୍ରାଗର ସମ୍ମୁଖୀନ ହେବା ପାଇଁ ସ୍ୱେଚ୍ଛାକୃତ ଭାବେ ଆଗ୍ରହ ଦେଖାଇଥିବା କିଛି ସୁସ୍ଥ ସବଳ ବ୍ୟକ୍ତିଙ୍କ ଉପରେ ଏହାର ଉପଯୋଗ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ କରୋନା ରୋଗୀଙ୍କ ଦେହରେ ଏହାକୁ ପ୍ରୟୋଗ କରାଯିବ । ମାସାଚୁସେଟସ ସହର ସ୍ଥିତ ଏକ କମ୍ପାନୀ ମଡର୍ଣ୍ଣା ଏହି ଟିକା ପ୍ରସ୍ତୁତ କରିଛି ।