ନିଜର ଶକ୍ତି ବଢାଉଛି କରୋନା ।
ନିଜର ଶକ୍ତି ବଢାଉଛି କରୋନା ।
admin
Mar 15, 2020 - 10:31
Updated: Mar 15, 2020 - 10:31
ଚୀନର କିଛି ଗବେଷକ ଦାବି କରିଛନ୍ତି ଯେ କରୋନା ଭାଇରସ ନିଜକୁ ଆହୁରି ବିକଶିତ କରୁଛି ଏବଂ ପରିବେଶ ସହିତ ଖାପ ଖୁଆଇବା ପାଇର୍ ସାମର୍ଥ୍ୟ ହାସଲ କରୁଛି । ସେମାନେ ଏକ ଉଦାହରଣ ଦେଇ କହିଛନ୍ତି ଯେ କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଚୀନର ଓହାନ ସହରରେ ପ୍ରଥମେ ଯେଉଁ କରୋନା ଭାଇରସ ଦେଖାଦେଇଥିଲା, ତାହା ଯୋଗୁଁ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ ତୀବ୍ର ଲକ୍ଷଣ ସବୁ ପ୍ରକାଶିତ ହୋଇଥିଲା । ସେମାନଙ୍କୁ ଅଧିକ ଜ୍ୱର ହୋଇଥିଲା ଏବଂ ସେମାନଙ୍କର ମାଂସପେଶୀରେ ଅସହ୍ୟଯନ୍ତ୍ରଣା ହେଉଥିଲା । ଜାନୁଆରୀ ୨୩ରେ ଚୀନ୍ ସରକାର ଓହାନ ସହରକୁ ଅଚଳ କରିଦେଲେ ଏବଂ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ପରେ ଯେଉଁମାନେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଲେ ସେମାନଙ୍କ ପାଖରେ ପ୍ରାଥମିକ ପର୍ଯ୍ୟାୟରେ ଆଦୌ କିଛି ଲକ୍ଷଣ ଦେଖାଗଲା ନାହିଁ କିମ୍ବା ଯେଉଁ ଲକ୍ଷଣ ଦେଖାଗଲା ତାହା ଏତେ ତୀବ୍ର ନଥିଲା । ସେମାନଙ୍କ ଦେହରେ ପୂର୍ବ ରୋଗୀଙ୍କ ତୁଳନାରେ ମାଂସପେଶୀ ଯନ୍ତ୍ରଣା ୮୦% କମିଯାଇଥିଲା ଏବଂ ଜ୍ୱର ବି ୫୦% କମି ଯାଇଥିଲା । ସେମାନେ ଆରୋଗ୍ୟ ହେଉଛନ୍ତି ବୋଲି ମନେ କରି ହସ୍ପିଟାଲରୁ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ମାତ୍ର ପରେ ସେମାନଙ୍କ ଦେହରେ କରୋନା ଭାଇରସ ଜନିତ ତୀବ୍ର ଲକ୍ଷଣ ପ୍ରକାଶ ପାଇଥିଲା । ଏଥିରୁ ଚିକିତ୍ସକମାନେ ଅନୁମାନ କରୁଛନ୍ତି ଯେ କରୋନା ପର୍ଯ୍ୟାୟ କ୍ରମେ ନିଜକୁ ଆହୁରି ବିକଶିତ କରୁଛି ଏବଂ ଏହାର ନୂଆ ନୂଆ ଷ୍ଟ୍ରେନ ଦୁନିଆରେ ବ୍ୟାପୁଛି ଯାହା ଯୋଗୁଁ ଏହାର ଚିହ୍ନଟ କରିବା ଓ ଏହାର ପ୍ରତିକାର କରିବା ମୁସ୍କିଲ ହୋଇଯାଉଛି । ଏବେ ୟୁରୋପରେ ଯେଉଁ କରୋନା ଭାଇରସ ବ୍ୟାପୁଛି, ତାହା ଉକ୍ତ ଭାଇରସର ଆଉ ଏକ ସଂସ୍କରଣ ହୋଇଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି ।