ସୁଶାନ୍ତଙ୍କ ଆତ୍ମହତ୍ୟା କୁ ନେଇ କରନ ଜୋହର ଓ ସଲମନଙ୍କ ଫିଲ୍ମକୁ ବୟକଟ୍ ଦାବି ।

ସୁଶାନ୍ତଙ୍କ ଆତ୍ମହତ୍ୟା କୁ ନେଇ କରନ ଜୋହର ଓ ସଲମନଙ୍କ ଫିଲ୍ମକୁ ବୟକଟ୍ ଦାବି ।

ସୁଶାନ୍ତଙ୍କ ଆତ୍ମହତ୍ୟା କୁ ନେଇ କରନ ଜୋହର ଓ ସଲମନଙ୍କ ଫିଲ୍ମକୁ ବୟକଟ୍ ଦାବି ।
ପାଟଣା: ବଲିଉଡ ଅଭିନେତା ସୁଶାନ୍ତି ସିଂହ ରାଜପୁତ ଦୀର୍ଘ ଦିନ କାଳ ବିଷାଦଗ୍ରସ୍ତ ରହିବା ପରେ ଆତ୍ମହତ୍ୟା କରିଛନ୍ତି । ଆହୁରି ବି ଜାଣିଥିବେ ଯେ କିଛି ଫିଲ୍ମ ପ୍ରଡକ୍ସନ ହାଉସରୁ ସୁଶାନ୍ତଙ୍କୁ ବ୍ୟାନ କରାଯାଇଥିବା କାରଣରୁ ସେ ବିଷାଦଗ୍ରସ୍ତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କିଛି ଲୋକ ଅଭିଯୋଗ କରିଛନ୍ତି ଯେ କରନ ଜୋହର ଓ ସଲମନଙ୍କ ଚାପରେ ସୁଶାନ୍ତଙ୍କୁ ବଲିଉଡରେ ଏକଘରିଆ କରି ଦିଆଯାଇଥଲା । ତାଙ୍କ ହାତରୁ ଚଳଚ୍ଚିତ୍ର ଚାଲି ଯାଉଥିଲା । ସେ ଦୀର୍ଘ ଦିନ ଧରି କାମ ନ ପାଇବା କାରଣରୁ ବିଷାଦଗ୍ରସ୍ତ ରହି ଆତ୍ମହତ୍ୟା ପରି ପଦକ୍ଷେପକୁ ଆପଣେଇ ଥିଲେ । ଏଥିସହ ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ ଟୁଇଟ କରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ‘ଛିଛୋର’ ହିଟ ହେବା ପରେ ସୁଶାନ୍ତ ୭ଟି ଫିଲ୍ମ ସାଇନ କରିଥିଲେ । ମାତ୍ର ୬ ମାସ ଭିତରେ ତାଙ୍କ ହାତରୁ ସବୁତକ ଫିଲ୍ମ ଚାଲି ଯାଇଥିଲା । କିନ୍ତୁ କାହିଁକି? ଫିଲ୍ମ ଇଣ୍ଡଷ୍ଟ୍ରିର ନିଷ୍ଠୁରତାେ ଏକ ଅଲଗା ସ୍ତରରେ କାମ କରିଥାଏ । ଏହି ନିଷ୍ଠୁରତା ଏକ ପ୍ରତିଭାବାନ କଳାକାରକୁ ମାରିଦେଲା । ସୁଶାନ୍ତଙ୍କ ନିଜ ଘର ବିହାରରେ । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏବେ ବିହାରର ଲୋକେ ପ୍ରବଳ ରାଗରେ ଥିବା ଦେଖିବାକୁ ମିଳିଛି । ସେମାନେ ସୁଶାନ୍ତଙ୍କ ସମର୍ଥନରେ ସେମାନଙ୍କ ରାଜ୍ୟରେ କରନ ଜୋହର ଓ ସଲମାନ ଖାନଙ୍କ ଫିଲ୍ମକୁ ବୟକଟ କରିବା ପାଇଁ ସ୍ୱର ଉଠାଇଛନ୍ତି । ବିହାରର କିଛି ରାଜନେତା ଓ ସାମାଜିକ କର୍ମୀ ସୁଶାନ୍ତଙ୍କ ମୃତ୍ୟୁ ପରେ କ୍ରୋଧାନ୍ୱିତ ହୋଇ ପଡ଼ିଛନ୍ତି । ପାଟନାର ହିନ୍ଦୁସ୍ଥାନୀୟ ଆୱାଜ ମୋର୍ଚ୍ଚା (ହମ୍‌) ର ପ୍ରବକ୍ତା ଡକ୍ଟର ଦାନିସ ରିଜୱାନୀ ସୁଶାନ୍ତଙ୍କ ଆତ୍ମହତ୍ୟାରେ କ୍ରୋଧ ପ୍ରକାଶ କରିଛନ୍ତି କି ଏହି ମାମଲାକୁ ନେଇ ତାଙ୍କ ଦଳ କରନ ଓ ସଲମାନଙ୍କ ବିରୋଧରେ ମାମଲା ରୁଜୁ କରିବ । ଅନ୍ୟ ପକ୍ଷରେ ସିନେ ନିର୍ମାତା କରନ ଜୋହର ସୁଶାନ୍ତଙ୍କ ସହ ଦୀର୍ଘ ଦିନ ଧରି ଯୋଗାଯୋଗରେ ନରହିବା କାରଣରୁ ନିଜକୁ ନିଜେ ଦୋଷ ଦେଇଛନ୍ତି । ସେ ସୁଶାନ୍ତଙ୍କ ଆଲିଙ୍ଗନ ଓ ହସକୁ ସଦାବେଳେ ମନେ ପକାଇବେ ବୋଲି ଟ୍ୱିଟ୍ କରି କହିଛନ୍ତି ।