୨୦୨୦ ର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ମୁଁ ପରଦେଶୀ ଚଢେ଼ଇ’
୨୦୨୦ ର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ମୁଁ ପରଦେଶୀ ଚଢେ଼ଇ’
admin
Jan 10, 2020 - 09:35
Updated: Jan 10, 2020 - 09:35
ଅଦେ୍ର୍ଧନ୍ଦୁଙ୍କ ଆଶା, ଅନୁଭାଙ୍କ ଭରସା । ୨୦୨୦ ର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ‘ମୁଁ ପରଦେଶୀ ଚଢେ଼ଇ’ । କୌଣସି ଏକ ବଡ଼ ଷ୍ଟାରଙ୍କ ସିନେମାରୁ ନୁହେଁ ବରଂ ହାତଗଣତି କେତୋଟି ଚଳଚ୍ଚିତ୍ରରେ ଦକ୍ଷତା ପରଖିଥିବା ଅଦେ୍ର୍ଧନ୍ଦୁ-ଅନୁଭାଙ୍କ ନୂଆ ଯୋଡ଼ି ଦର୍ଶକଙ୍କୁ ନୂଆବର୍ଷରେ ଭେଟି ଦେଇଛନ୍ତି ଏହି ଚଳଚ୍ଚିତ୍ର । ପୁରୁଣା ଶୀର୍ଷକରେ ନୂଆ କାହାଣୀ ଯୋଡ଼ି ଭିନ୍ନ କରିବାର ପ୍ରୟାସ କରିଛନ୍ତି । ପୂର୍ବରୁ ଦର୍ଶକ ଯେଉଁ ଭଲପାଇବା ଦେଇ ଦୁହିଁଙ୍କୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି ଠିକ୍ ସେହି ଭଲପାଇବା ଦେବେ ବୋଲି ନାୟକ ଅଦେ୍ର୍ଧନ୍ଦୁ ଆଶା ରଖିଥିବା ବେଳେ ନାୟିକା ଅନୁଭା ଭରସା କରିଛନ୍ତି । ୭୦ ଦଶକ ଶେଷ ବେଳକୁ ଆସିଥିଲା ଚଳଚ୍ଚିତ୍ର ମାନିନୀ, ଯେଉଁଥିରେ ଗୀତ ଥିଲା ‘ମୁଁ ପରଦେଶୀ ଚଢେ଼ଇ’ । ପରବର୍ତ୍ତୀ ସମୟରେ ଶୀର୍ଷକର ଲୋକପି୍ରୟତାକୁ ନେଇ ଓଡ଼ିଆରେ ଗୋଟିଏ ସିନେମା ଆସିଲା । ଏବେ ପୁଣି ତାକୁ ନେଇ ଆସିଛନ୍ତି ଏ ନୂଆ ଯୋଡ଼ି । ଯେଉଁଥିପାଇଁ କେବଳ ସେମାନେ ନୁହନ୍ତି ପୁରା ଟିମ୍ ଆଶାବାଦୀ ରହିଛି । ଅଦେ୍ର୍ଧନ୍ଦୁଙ୍କ ଏହା ପଞ୍ଚମ ଚଳଚ୍ଚିତ୍ର ହୋଇଥିବା ବେଳେ ପୂର୍ବରୁ ସେ ‘କାଉଁରୀ କନ୍ୟା’, ‘ଅ ଆ ହର୍ଷେଇ’, ‘ଟପୋରି’, ‘ବ୍ଲାକମେଲ’ ରେ ନଜର ଆସିଥିଲେ । ସେହିପରି ଅନୁଭାଙ୍କର ଏହା ଅଷ୍ଟମ ଚଳଚ୍ଚିତ୍ର ହୋଇଥିବା ବେଳେ ପୂର୍ବରୁ ସେ ‘ମୁଁ ପ୍ରେମୀ ମୁଁ ପାଗଳ’, ‘କୌନ କିତନେ ପାନୀ ମେଁ’ ‘ସମୟ ବଡ଼ ବଳବାନ୍’, ‘ସ୍ୱିଟ୍ହାର୍ଟ’, ‘ରିଭେଞ୍ଜ’, ‘ବଜରଙ୍ଗୀ’ ଓ ସାଥୀ ତୁ ଫେରିଆ’ରେ ଦେଖାଦେଇଥିଲେ । ଏହି ନୂଆ ସିନେମାର କଟକ ବୃନ୍ଦାବନ ହଲରେ ପ୍ରିମିୟର ହୋଇଥିବା ବେଳେ ଭୁବନେଶ୍ୱରରେ ରବି, ଏକାମ୍ର ଓ ସିନେପୋଲିସ ସମେତ ରାଜ୍ୟର ୩୦ଟି ହଲ୍ରେ ସିନେମାଟି ରିଲିଜ ହୋଇଛି ।