‘କେଜିଏଫ୍-୨’ ଇନସ୍ଟାଗ୍ରାମରେ ୧ଲକ୍ଷ ଫଲୋର

‘କେଜିଏଫ୍-୨’ ଇନସ୍ଟାଗ୍ରାମରେ ୧ଲକ୍ଷ ଫଲୋର

‘କେଜିଏଫ୍-୨’ ଇନସ୍ଟାଗ୍ରାମରେ ୧ଲକ୍ଷ ଫଲୋର
ପ୍ରଶାନ୍ତ ନିଲ୍ ନିଦେ୍ର୍ଧଶିତ ‘କେଜିଏଫ୍’ ୨୦୧୮ରେ ମୁକ୍ତିଲାଭ କରିଥିଲା । ଏଇ ଆକ୍ସନ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ୟଶ୍, ଶ୍ରୀନିଧି ସେଟ୍ଟି, ଅନନ୍ତ ନାଗ ଅଭିନୟ କରିଥିଲେ । ୫୦ କୋଟି ବଜେଟରେ ନିର୍ମିତ ହୋଇଥିବା ଏଇ ଚଳଚ୍ଚିତ୍ର ୨୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି୍ଥିଲା । ଗତ ବୁଧବାର ୟଶ୍ଙ୍କ ଜନ୍ମଦିନ ଅବସରରେ ‘କେଜିଏଫ୍-୨’ ର ପୋଷ୍ଟର ମୁକ୍ତିଲାଭ କରିଛନ୍ତି । ନିଦେ୍ର୍ଧଶକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟର ଅପଲୋଡ଼ କରିଥିବା ବେଳେ ଅଢେ଼ଇ ଘଣ୍ଟାରେ ୧ ଲକ୍ଷରୁ ଅଧିକ ପ୍ରଶଂସକ ପୋଷ୍ଟରକୁ ପସନ୍ଦ କରିଥିଲେ । ବାରମ୍ବାର ସେୟାର ମଧ୍ୟ କରାଯାଇଥିଲା । କନ୍ନଡ ଚଳଚ୍ଚିତ୍ର ଜଗତରେ କେଜିଏଫ ଏଯାବତ ସବୁଠୁ ଅଧିକ ବଜେଟର ଚଳଚ୍ଚିତ୍ର । ଏହାର ଦ୍ୱିତୀୟ ଭାଗ ନିମନ୍ତେ ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦର୍ଶକ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଅଭିନେତା ସଞ୍ଜୟ ଦତ୍ତ ଦ୍ୱିତୀୟ ଭାଗରେ ଖଳନାୟକ ଭୂମିକାରେ ଦେଖାଦେବେ । ଚଳଚ୍ଚିତ୍ର ୨୦୨୦ ଜୁଲାଇରେ ମୁକ୍ତିଲାଭ ହେବାର ଯୋଜନା ରହିଛି । ହିନ୍ଦୀ, ମାଲାୟାଲମ, ତେଲୁଗୁ ଓ ତାମିଲ ଭାଷାରେ ସର୍ବଭାରତୀୟ ସ୍ତରରେ ‘କେଜିଏଫ୍-୨’ ମୁକ୍ତିଲାଭ କରିବ ।