ଗାଁରେ ବୁଲୁଛି ବାଘ

ଗାଁରେ ବୁଲୁଛି ବାଘ

ଗାଁରେ ବୁଲୁଛି  ବାଘ
ନୂଆପଡ଼ା: ବୁଲୁଛି କଲରାପତରିଆ ବାଘ । ଜଙ୍ଗଲରେ ନୁହେଁ ଗାଁ ପାଖରେ । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ କୁକୁଡ଼ାଟାଲ ଗାଁ ପାଖରେ ୨ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁ ଲୋକେ ଛାନିଆ ହୋଇଯାଇଥିବାବେଳେ ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । ବନ ବିଭାଗ କର୍ମଚାରୀ ଉକ୍ତ ବାଘ ୨ଟିକୁ କାବୁ କରିବାକୁ ପ୍ରୟାସ କରୁଥିବା ଜଣାଯାଇଛି । ମୁସୁରଙ୍ଗି ଜଙ୍ଗଲରେ ଥିବା ଏକ ପଥର ଉପରେ ୨ଟି କଲରାପତରିଆ ବାଘକୁ ଗାଁ ଲୋକ ଗତକାଲି ସଂନ୍ଧ୍ୟାବେଳେ ଦେଖିବାକୁ ପାଇଥିଲେ । ଏହା ପରେ ମୋବାଇଲ ମାଧ୍ୟରେ ଫଟୋ ଉଠାଇ ବନବିଭାଗକୁ ଖବର ଦେଇଥିଲେ । ୨୦୧୭ରେ ହଳଦୀ ଗାଁରେ କଲରାପତରିଆ ବାଘ ଜଣେ ଶିଶୁକୁ ଝାମ୍ପିନେଇଥିଲା । ଏହା ପରେ ବନବିଭାଗ ୨ଟି ବାଘକୁ ଧରି ନନ୍ଦନ କାନନକୁ ପଠାଇଥିଲେ ।