ଘୁଙ୍ଗୁଡ଼ି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ଆପଣାନ୍ତୁ ଏହି ଘରୋଇ ଉପାୟ

ଘୁଙ୍ଗୁଡ଼ି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ଆପଣାନ୍ତୁ ଏହି ଘରୋଇ ଉପାୟ

ଘୁଙ୍ଗୁଡ଼ି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ଆପଣାନ୍ତୁ ଏହି ଘରୋଇ ଉପାୟ
ସାଧାରଣତଃ ଶରୀର ଥକି ଗଲେ ରାତିରେ ଘୁଙ୍ଗୁଡ଼ି ଆସେ । ନହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲେ ରାତିରେ ଘୁଙ୍ଗୁଡ଼ି ଆସେ । ଆମ ଗଳାର ପଛପଟ ଅଂଶ ଅଣଓସାରିଆ ଥିଲେ ଅମ୍ଳଜାନ ଶରୀର ଭିତରକୁ ଠିକ୍ରେ ପ୍ରବେଶ କରିପାରେ ନାହିଁ । ଫଳରେ ଶରୀରର ଆଖପାଖ ଟିସୁ ଥରିବାରେ ଲାଗେ । ଫଳରେ ଘୁଙ୍ଗୁଡ଼ି ଆସେ । ଆମେ ସିନା ଘୁଙ୍ଗୁଡ଼ି ମାରି ଆରାମରେ ଶୋଇଯାଉ କିନ୍ତୁ ଆମ ପାଖରେ ଶୋଉଥିବା ଲୋକ ପାଇଁ ଅସୁବିଧା ହୋଇଥାଏ । ପାଖରେ ଶୋଉଥିବା ଲୋକଟି ରାତିସାରା ଅନିଦ୍ରା ରୁହେ । ତେବେ ଆପଣଙ୍କ ଠାରେ ଏହି ଘୁଙ୍ଗୁଡ଼ି ସମସ୍ୟା ଥିଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କିଛି ଘରୋଇ ଉପାୟ ଆପଣାଇଲେ ଏହି ଘୁଙ୍ଗୁଡ଼ି ସମସ୍ୟା ସମାଧାନ ହୋଇପାରିବ । ତେବେ ଜାଣିବା ଘୁଙ୍ଗୁଡ଼ିର ଘରୋଇ ଉପଚାର । ପିପରମେଣ୍ଟ ଅଏଲ : ପିପରମେଣ୍ଟ ଅଏଲ ଘୁଙ୍ଗୁଡ଼ିରେ ଲାଭଦାୟକ ହୋଇଥାଏ । ଆପଣ ଦୁଇରୁ ତିନି ବୁନ୍ଦା ପିପରମେଣ୍ଟ ଅଏଲକୁ ହାତରେ ନେଇ ପ୍ରତିଦିନ ସୁଙ୍ଗନ୍ତୁ । ନହେଲେ ଗରମ ପାଣିରେ ପିପରମେଣ୍ଟ ଅଏଲର କିଛି ବୁନ୍ଦା ପକାଇ ତାହାର ବାମ୍ଫ ନେଇ ପାରିବେ । ଏପରି କଲେ ନାକର ନଳୀ ଖୋଲିଯାଏ । ଫଳରେ ଘୁଙ୍ଗୁଡ଼ି ଆସେ ନାହିଁ । ଭିଟାମିନ ସି ଟାବଲେଟ : ଭିଟାମିନ ସି ସେବନ କରିବା ଦ୍ୱାରା ଇମୁ୍ୟନିଟି ସିଷ୍ଟମ ମଜବୁତ ହୋଇଥାଏ । ଯଦି ଆପଣ ବେଳେ ବେଳେ ଘୁଙ୍ଗୁଡ଼ି ମାରୁଛନ୍ତି ତେବେ ଆପଣ ମାସେ ପର୍ଯ୍ୟନ୍ତ ଭିଟାମିନ ସି ଟାବଲେଟ ସେବନ କରନ୍ତୁ । ଦେଖିବେ କିଛି ଦିନରେ ଘୁଙ୍ଗୁଡ଼ି ସମସ୍ୟା ଦୂର ହୋଇଯିବ । ଏହାଛଡ଼ା ଆପଣ ଭିଟାମିନ ସି ଯୁକ୍ତ ଫଳ ଓ ପରିବା ମଧ୍ୟ ଖାଇପାରିବେ । ମେଥି ପାଉଡର : ମେଥିରେ ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟିବାୟରଲ ଗୁଣ ରହିଛି । ଏହା ଘୁଙ୍ଗୁଡ଼ିକୁ ଠିକ କରିବା ସହିତ ପେଟକୁ ମଧ୍ୟ ସଫା କରିଥାଏ । ଯଦି ଆପଣଙ୍କ ପାଚନ ତନ୍ତ୍ର ମଜବୁତ ଅଛି ତେବେ ଆପଣଙ୍କ ଠାରେ କେବେବି ଘୁଙ୍ଗୁଡ଼ି ସମସ୍ୟା ଦେଖାଯିବ ନାହିଁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଧା ଚାମଚ ମେଥି ପାଉଡ଼ର ନଖ ଉଷୁମ ଗରମ ପାଣିରେ ପିଅନ୍ତୁ । ଦେଖିବେ ଆପଣଙ୍କ ଘୁଙ୍ଗୁଡ଼ି ସମସ୍ୟା ଆଉ ରହିବ ନାହିଁ । ପୁଦିନା ପତ୍ର : ଯଦି ଆପଣ ପ୍ରତିଦିନ ଘୁଙ୍ଗୁଡ଼ି ମାରୁଛନ୍ତି । ତେବେ ପାଣିରେ ପୁଦିନା ତେଲର କିଛି ବୁନ୍ଦା ପକାଇ ତାହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ତାହାକୁ ଶୋଇବା ପୂର୍ବରୁ ପ୍ରତିଦିନ ସୁଙ୍ଗନ୍ତୁ । ଏପରି କରିବା ଦ୍ୱାରା ନାକର ସୁଜନ କମ ହେବ । ଫଳରେ ଆପଣ ସହଜରେ ନିଶ୍ୱାସ ନେଇପାରିବେ । ଗୁଜୁରାତି ଗୁଣ୍ଡ : ଗୁଜୁରାତି ଗୁଣ୍ଡ ସମସ୍ତ ଆୟୁର୍ବେଦିକ ଔଷଧ ପ୍ରସ୍ତୁତି କରିବାରେ ବ୍ୟବହାର କରାଯାଏ । ଏପରିସ୍ଥଳରେ ଶୋଇବା ପୂର୍ବରୁ ନଖ ଉଷୁମ ଗରମ ପାଣିରେ ଗୁଜୁରାତି ଗୁଣ୍ଡ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଘୁଙ୍ଗୁଡ଼ି ସମସ୍ୟା ଦୂର ହେବ ।