ଆଉଟ୍‌ ହେଲେ ବରୁଣ ।

ଆଉଟ୍‌ ହେଲେ ବରୁଣ ।

 ଆଉଟ୍‌ ହେଲେ ବରୁଣ ।
ରେମୋ ଡି’ସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର ଥ୍ରିଡି’ ନେଇ ଯେତେ ବି ପ୍ରଚାର ହୋଇଥିଲେ ବି ବରୁଣ ଧାୱନ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ସେହି କାରଣରୁ ହେଉ କିମ୍ବା ଆଉ କିଛି କାରଣ ଜଣା ନାହିଁ । କିନ୍ତୁ ରେମୋଙ୍କ ଏହି ଡାନ୍ସ ଫ୍ରାଞ୍ଚାଇଜରୁ ବରୁଣଙ୍କ ନାଁଟି ଏବେଠାରୁ ବାଦ ପଡ଼ିଲା । ତାଙ୍କ ପରିବର୍ତ୍ତେ ଟାଇଗର ଶ୍ରଫଙ୍କ ନାଁ ଇନ ହୋଇଛି ବୋଲି ଖବର ମିଳିଛି । ରେମୋଙ୍କ ଆଗାମୀ ଫିଲ୍ମରେ ବରୁଣ ଅଭିନୟ କରିବେ ବୋଲି ପୂର୍ବରୁ ପ୍ରାୟ ସ୍ଥିର ହୋଇଯାଇଥିଲା । କିନ୍ତୁ ଏବେ ଟାଇଗର ଶ୍ରଫ ସେଇ ଫିଲ୍ମରେ ଅଭିନୟ କରିବେ ବୋଲି ଟାଇଗରଙ୍କ ଘନିଷ୍ଠ ମହଲରୁ ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରେମୋ ଏବଂ ଟାଇଗର ଶ୍ରଫ ଏହା ପୂର୍ବରୁ ‘ ଦ ଫ୍ଲାଇଂ ଜେଟ’ଫିଲ୍ମରେ ଅଭିନୟ କରିଥିଲେ । ସେହି ସମୟରେ ହିଁ ସ୍ଥିର ହୋଇଥିଲା ସେମାନେ ଏବଂ ତା ପରେ ଷ୍ଟ୍ରିଟ ଡାନ୍ସର ଥ୍ରିଡି’ ନେଇ ବ୍ୟସ୍ତ ହୋଇପଡ଼ିଲେ । ସଲମାନ ଖାନଙ୍କ ସହିତ ‘ରେସ ୩’ ଫିଲ୍ମଟି ମଧ୍ୟ କଲେ । କିନ୍ତୁ ଏଥର ସବୁକିଛି ଠିକ୍ ହୋଇଯାଇଛି ବୋଲି ଟାଇଗରଙ୍କୁ ନେଇ ନୂଆ ଡାନ୍ସ ମୁଭି କଥା ହୁଏତ ଘୋଷଣା କରିପାରନ୍ତି ।