କାମ ଖୋଜୁଛନ୍ତି ଆକାଂକ୍ଷା

କାମ ଖୋଜୁଛନ୍ତି ଆକାଂକ୍ଷା

କାମ ଖୋଜୁଛନ୍ତି ଆକାଂକ୍ଷା
ବଲିଉଡ଼ରେ କାମ ଖୋଜୁଛନ୍ତି ଆକାଂକ୍ଷା ରଂଜନ କପୁର । ପଚିଶ ବର୍ଷ ବୟସ୍କ । ଆକାଂକ୍ଷ ଜଣେ ବ୍ୟସ୍ତ ମଡ଼େଲ । ଘର ମୁମ୍ବାଇ । ତାଙ୍କର ଦୁଇଟି ବଡ଼ ପରିଚୟ । ପ୍ରଥମ ଆଲିଆ ଭଟ୍ଟଙ୍କ ଅନ୍ତରଙ୍ଗ ବାନ୍ଧବୀ ଏବଂ ଦ୍ୱିତୀୟ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ରଞ୍ଜନଙ୍କ ସାନ ଭଉଣୀ । ସେମାନଙ୍କ ପିତା ଶଶୀ ରଞ୍ଜନ ଏକଦା ଅଭିନୟ କରୁଥିଲେ; ଆଜିକାଲି ନିର୍ଦ୍ଦେଶନା ଦେଉଛନ୍ତି । ପିତା ପୁଣେ ସ୍ଥିତ ‘ଫିଲ୍ମ ଟେକନୋଲୋଜି ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଅଭିନୟ ଓ ନିର୍ଦ୍ଦେଶନାରେ ତାଲିମପ୍ରାପ୍ତ । ଦୁଇ କନ୍ୟା ତାଙ୍କ ପଥ ଅନୁସରଣ କରୁଥିଲେ ହେଁ ପିତାଙ୍କ ପରି ଏ ପର୍ଯ୍ୟନ୍ତ ସେଭଳି କୌଣସି ବିଶେଷ ସଫଳତା ପାଇପାରିନାହାନ୍ତି । ଆକାଂକ୍ଷା ଗତ ବର୍ଷ ‘ତେରେ ଦୋ ନୈନା’ ମିଉଜିକ ଭିଡିଓରେ ଦେଖିବାକୁ ମିଳିଥିଲେ । ଏବେ ଟେଲିଭିଜନ ଧାରାବାହିକ ମିଳିଛି । ସେ ଅଭିନୟ କଳାରେ ତାଲିମ ପାଇଛନ୍ତି । ତାଙ୍କ ଗେହ୍ଲା ନାଁ କାଞ୍ଚ । ରଣବୀର କପୁର, ତାଙ୍କର ପ୍ରିୟ ଅଭିନେତା । ଆମିଷ ଭୋଜନ ଓ ସୁରା ପ୍ରତି ତାଙ୍କର ବିଶେଷ ଦୁର୍ବଳତା ଅଛି । ମାତା ଅନୁ ରଞ୍ଜନଙ୍କ ସ୍ୱେଚ୍ଛାସେବୀ ସଂଗଠନ ‘ବେଟୀ’ ସହ ସେ ସମ୍ପୃକ୍ତ ।