୪ ବର୍ଷର ବାଳକକୁ ବାହା ହେବା ପାଇଁ ଚାହୁଁଛନ୍ତି ଏହି ଅଭିନେତ୍ରୀ

୪ ବର୍ଷର ବାଳକକୁ ବାହା ହେବା ପାଇଁ ଚାହୁଁଛନ୍ତି ଏହି ଅଭିନେତ୍ରୀ

୪ ବର୍ଷର ବାଳକକୁ ବାହା ହେବା ପାଇଁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ନୂଆଦିଲ୍ଲୀ : ପୁଅର ବୟସ ମାତ୍ର ୪ ବର୍ଷ । ହେଲେ ଅଭିନେତ୍ରୀଜଣଙ୍କ ତାଙ୍କୁ ହିଁ ବାହା ହେବାକୁ ଚାହାନ୍ତି । ଏମିତିକି ପିଲାଟି ବଡ଼ ହେଲା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ ବୋଲି ଜଣେ ଅଭିନେତ୍ରୀ କହିଛନ୍ତି । ଯାହା ଏବେ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି । ସୈଫ ଅଲ୍ଲୀ ଖାନ ଓ କରିନା କପୁରଙ୍କ ପୁଅ ତୈମୁରଙ୍କ ଉପରେ ରହିଛି ବଲିଉଡ଼ ଆଇଟମ ଗାର୍ଲ ନୋରା ଫତେହିଙ୍କ ନଜର । ଏକ ଟିଭି ସୋ’ର କାର୍ଯ୍ୟକ୍ରମରେ ତାଙ୍କର ବିବାହକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତରରେ ନୋରା କହିଥିଲେଯେ, ସେ ତୈମୁରଙ୍କୁ ବାହା ହେବାକୁ ଚାହୁଁଛନ୍ତି । ତେବେ ତାଙ୍କ ବୟସ ମାତ୍ର ୪ ବର୍ଷ ବୋଲି କରିନା କହିଥିଲେ । ଏହାର ଉତରରେ ନୋରା କହିଥିଲେ, ତୈମୁର ତାଙ୍କୁ ବହୁତ ଭଲ ଲାଗନ୍ତି । ସେ ବଡ଼ ହେବାଯାଏଁ ଅପେକ୍ଷା କରିବେ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ସେହିପରି ତୈମୁର ବି ସୋସିଆଲ ମିଡ଼ିଆରେ ବେଶ ପ୍ରଶଂସା ସାଉଁଟିଛନ୍ତି ।