ବଲିଉଡ ଅପେକ୍ଷାରେ ସ୍ମୃତି

ବଲିଉଡ ଅପେକ୍ଷାରେ ସ୍ମୃତି

ବଲିଉଡ ଅପେକ୍ଷାରେ ସ୍ମୃତି
ପିଲାଦିନୁ ପାଠପଢ଼ା ସହିତ ଗୀତକୁ ନିଶା ଭାବେ ଗ୍ରହଣ କରିଥିଲେ । ଛୋଟବେଳେ ଓଡ଼ିଆ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ଏହା ମଧ୍ୟରେ ଅନେକ ଗୁଡ଼ିଏ ମୁ୍ୟଜିକ ଭିଡିଓରେ କଣ୍ଠଦାନ କରି ଲୋକଙ୍କ ମନ ଜିଣିଥିଲା ବେଳେ ଏବେ ବଲିଉଡ ପ୍ରତି ମନ ବଳାଇଛନ୍ତି ଚର୍ଚ୍ଚିତ କଣ୍ଠଶିଳ୍ପୀ ସ୍ମୃତି ମହାପାତ୍ର । କଟକ ଝାଞ୍ଜିରମଙ୍ଗଳାରେ ରହୁଥିବା ସ୍ମୃତି ୭ ବର୍ଷ ବୟସରେ ଗୀତ ଗାଇବାକୁ ଇଚ୍ଛା ଥିଲେ ମଧ୍ୟ ଶିଖିବାକୁ ସେମିତି କିଛି ସୁଯୋଗ ନଥିଲା । ତେବେ ବାପା ଲେଖୁଥିବା ଭଜନକୁ ହିଁ ସେ ଗାଉଥିଲେ । ଧୀରେ ଧୀରେ ପରିବାର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଓ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଭଜନ ସମାରୋହରେ ସେ ଅଂଶଗ୍ରହଣ କରିଥିଲେ । ପାଖାପାଖି ୧୦ ବର୍ଷରୁ ଅଧିକ ସମୟ ଧରି ଭଜନ ଗାଇ ନିଜର କ୍ରେଜ ବଢ଼ାଇଛନ୍ତି । କିଛି ବର୍ଷ ତଳେ ସେ ଓଡ଼ିଆ ଫିଲ୍ମ ‘ଶକ୍ତି’ରେ ପ୍ରଥମେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ସ୍ମୃତି ‘ରଙ୍ଗିଲା ଗୁଡ଼ି’ ଗାଇ ସମସ୍ତଙ୍କ ମନ ଜିଣିଥିଲେ । ସଙ୍ଗୀତ ଜଗତରେ ଏହା ପରେ ସେ ସଫଳତାର ପାହାଚରେ ଆଗକୁ ଚାଲିବାରେ ଲାଗିଛନ୍ତି । ‘ମନ ଖାଲି ତତେ ଚାହେଁ’, ‘କୃଷ୍ଣଚୂଡା ରଙ୍ଗର’, ପବଜୀ ବ୍ୟାନ ହେଲା, ବୋଉ ଗାଳି ଦେବା, ବୁଧବାରିଆ ଫାଙ୍କା ଅଛ କି, ଅମାନିଆ ପ୍ରଜାପତି ଓ ତୋ ବାଟ ଚାହିଁ ରହିଛି ଭଳି ୩୦ ରୁ ଅଧିକ ଆଲବମରେ ନିଜର ସ୍ୱରର ଯାଦୁ ଦେଖାଇଛନ୍ତି ।