ନଖ ଜଣାଇଥାଏ ଏହି ରହସ୍ୟ

ନଖ ଜଣାଇଥାଏ ଏହି ରହସ୍ୟ

ନଖ ଜଣାଇଥାଏ ଏହି ରହସ୍ୟ
-ନଖର ଆକାର ଆଙ୍ଗୁଠିର ସାମାନ୍ୟ ଆଗକୁ ସରୁ ହୋଇ ରହିଥିଲେ ମଧ୍ୟ ଏହାକୁ ଉତ୍ତମ ନଖ ବୋଲି କୁହାଯାଏ। ଏଭଳି ନଖ ଥିବା ମହିଳାମାନେ ଭାଗ୍ୟଶାଳୀ ଅଟନ୍ତି। -ଯେଉଁ ମହିଳାମାନଙ୍କର ନଖର ରଙ୍ଗ ସାମାନ୍ୟ ଗୋଲାପି , ଚିକ୍କଣ ହୋଇଥାଏ ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ ମହିଳା କୁହାଯାଏ। ଏଭଳି ମହିଳାଙ୍କର ଜୀବନରେ ସଫଳତା ଶୀଘ୍ର ପାଇଥାଆନ୍ତି। ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। -ଯେଉଁ ପୁରୁଷ ମାନଙ୍କ ଆଙ୍ଗୁଠିର ଶେଷ ଅଂଶ ଠାରୁ ନଖ ଅଧିକ ଉପରକୁ ଅଧିକ ଯାଇନଥାଏ, ସେମାନେ ଜୀବନରେ ନିଜ ପରିଶ୍ରମ ଦ୍ୱାରା ସଫଳତା ପ୍ରାପ୍ତି କରିଥାଆନ୍ତି। -ଯେଉଁମାନଙ୍କର ନଖ ସାଧରଣ ହଳଦିଆ ରଙ୍ଗର ହୋଇଥାଏ, ସେମାନଙ୍କ ଜୀବନରେ ଛୋଟ ବଡ଼ ସମସ୍ୟା ଲାଗି ରହିଥାଏ। -ଯେଉଁମାନଙ୍କ ନଖ ସାମାନ୍ୟ ଲାଲ ରଙ୍ଗ ଓ ଚିକ୍କଣ ହୋଇଥାଏ, ଏଭଳି ନଖକୁ ଉତ୍ତମ ନଖ କୁହାଯାଏ। ଏଭଳି ନଖ ଥିବା ବ୍ୟକ୍ତିମାନଙ୍କର ଧନବୃଦ୍ଧି ହୋଇଥାଏ। -ନଖ ଆବଶ୍ୟକତା ଠାରୁ ଅଧିକ ପତଳା ହେଲେ ଓ ସହଜରେ ଭାଙ୍ଗି ଗଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ। -ଯେଉଁମାନଙ୍କର ମଧ୍ୟମା ଆଙ୍ଗୁଠିର ନଖ ଅଧିକ ଦୁର୍ବଳ ସେଭଳି ବ୍ୟକ୍ତି ପରିଶ୍ରମ ଅନୁଯାୟୀ ଆଶାନୁରୂପକ ଧନ ସଞ୍ଚୟ କରିପାରନ୍ତି ନାହିଁ।