ଭୋଟରଙ୍କୁ ପୁଣି ଧମକାଇଲେ ମେନକା ଗାନ୍ଧୀ

ଭୋଟରଙ୍କୁ ପୁଣି ଧମକାଇଲେ ମେନକା ଗାନ୍ଧୀ

ଭୋଟରଙ୍କୁ ପୁଣି  ଧମକାଇଲେ ମେନକା ଗାନ୍ଧୀ
ନୂଆଦିଲ୍ଲୀ: ଉତରପ୍ରଦେଶର ସୁଲତାନପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଆଜି ପୁଣିଥରେ ଭୋଟରମାନଙ୍କୁ ଧମକାଇଛନ୍ତି । ସେଠାରେ ଆୟୋଜିତ ଏକ ନିର୍ବାଚନ ର‌୍ୟାଲିରେ ସେ କହିଛନ୍ତି ଯେଉଁ ଗାଁରୁ ତାଙ୍କୁ ୮୦ ପ୍ରତିଶତ ଭୋଟ ମିଳିବ ତାଙ୍କୁ ଏ-କାଟେଗୋରୀ,୬୦ ପ୍ରତିଶତ ଭୋଟ ମିଳିଲେ ବି-କାଟେଗୋରୀ ଓ ୫୦ ପ୍ରତିଶତରୁ କମ ଭୋଟ ମିଳିଥିବା ସେ କଥା ଆପଣମାନେ ବୁଝିପାରୁଥିବେ । ଯେତେବେଳେ କାମ ହେବ ୮୦ ପ୍ରତିଶତ ଭୋଟ ମିଳିଥିବା ଗାଁରେ ସର୍ବପ୍ରଥମେ କାମ କରାଯିବ । ତା ପରେ ୬୦ ପ୍ରତିଶତ ଭୋଟ ମିଳିଥିବା ଗାଁ ଏବଂ ତାପରେ ୫୦ ପ୍ରତିଶତ ଭୋଟ ମିଳିଥିବା ଗାଁରେ କାମ ହେବ । ସେ ଏକଥା ମଧ୍ୟ କହିଛନ୍ତି ଯେ ପିଲିଭିତରେ ତାଙ୍କ ଦଳ ଏହି ଫର୍ମୁଲା ଲାଗୁ କରିଥିଲା । ଏପରିକି ସେ ନିଜର ଫୋନ ନମ୍ବର ଦେବା ସହିତ ଭୋଟରମାନଙ୍କୁ ସିଧାସଳଖ ତାଙ୍କ ସହିତ କଥା ହେବାକୁ କହିଛନ୍ତି । ପୂର୍ବରୁ ସେ ମୁସଲିମ ଭୋଟରମାନଙ୍କୁ ଚେତାବନୀ ଦେଇଥିଲେ । କହିଥିଲେ ମୁଁ ନିର୍ବାଚନ ଜିତିବାକୁ ଯାଉଛି । ସେଥିପାଇଁ ଆପଣମାନେ ମୋତେ ସହଯୋଗ କରନ୍ତୁ । ନଚେତ ଆପଣମାନେ ଯେତେବେଳେ ମୋ ପାଖକୁ କାମ ପାଇଁ ଆସିବେ ସେତେବେଳେ ମୁଁ କଣ କରିବି ସେ କଥା ଭାବନ୍ତୁ । ତାଙ୍କର ଏଭଳି ବୟାନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ନୋଟିସ ଜାରି କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀ ରିପୋର୍ଟ ମଧ୍ୟ ମାଗିଛନ୍ତି ।