ଗତ ୨୪ ଘଣ୍ଟାରେ ୫୪ ହଜାର ଆକ୍ରାନ୍ତ, ୭୧୭ ମୃତ

ଗତ ୨୪ ଘଣ୍ଟାରେ ୫୪ ହଜାର ଆକ୍ରାନ୍ତ, ୭୧୭ ମୃତ

ଗତ ୨୪ ଘଣ୍ଟାରେ ୫୪ ହଜାର ଆକ୍ରାନ୍ତ, ୭୧୭ ମୃତ
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଯୋଗୁଁ ଦୈନିକ ସଂକ୍ରମଣ ଓ ଦୈନିକ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ ୫୪ ହଜାର ୦୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୧୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮କୁ ବୃଦ୍ଧି। ଦେଶରେ ଏବେସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ ୭ ଲକ୍ଷ ୪୦ ହଜାର ୯୦ ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୬୭ ଲକ୍ଷ ୯୫ ୧୦୩ ଜଣ ।