ରାପିଡ ଟେଷ୍ଟିଂ ହୋଇଥିବା ବିଧାୟକଙ୍କ ରିପୋର୍ଟ ଆସିଲା ନେଗେଟିଭ

ରାପିଡ ଟେଷ୍ଟିଂ ହୋଇଥିବା ବିଧାୟକଙ୍କ ରିପୋର୍ଟ ଆସିଲା ନେଗେଟିଭ

ରାପିଡ ଟେଷ୍ଟିଂ ହୋଇଥିବା ବିଧାୟକଙ୍କ ରିପୋର୍ଟ ଆସିଲା ନେଗେଟିଭ
ଭୁବନେଶ୍ୱର:ରାଜଧାନୀରେ ରାପିଡ ଟେଷ୍ଟିଂ ଆରମ୍ଭ ହୋଇଛି । କଆଇସିଏମଆର ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିୟମ ଅନୁସାରେ ସମ୍ବେଦନ ପ୍ରବଣ ବର୍ଗଙ୍କର ଅଗ୍ରାଧିକାର ଭିତ୍ତିରେ ତାଲିକା ପ୍ରସ୍ତୁତ କରାଯାଇ ପରୀକ୍ଷା କରାଯାଉଛି । ବିଶେଷ କରି ଗସ୍ତ ବିବରଣୀ ଥିବା ବ୍ୟକ୍ତି ବିଶେଷ, କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ, ଇନଫ୍ଲୁଏଞ୍ଜା ଓ ଶ୍ୱାସକ୍ରିୟାରେ କଷ୍ଟ ପରି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଅଗ୍ରାଧିକାର ଭିତ୍ତିରେ ପରୀକ୍ଷା କରାଯାଉଛି । ଏହା ସହ କ୍ଲଷ୍ଟରରେ ମଧ୍ୟ ର‌୍ୟାଣ୍ଡମ ପରୀକ୍ଷା କରାଯିବ । ଏଥିପାଇଁ ବିଭିନ୍ନ ଆବାସିକ ସଂଘ, ପୂଜା କମିଟି, ୱାର୍ଡ ଅଧିକାରୀ, ଏଏନଏମ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଚିହ୍ନିତ ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯାଉଛି ।