ଆଜି ରାଜ୍ୟରୁ ୧୩୪୧ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରୁ ୧୩୪୧ ପଜିଟିଭ୍ ଚିହ୍ନଟ
admin
Aug 11, 2020 - 05:29
Updated: Aug 11, 2020 - 05:29
ଭୁବନେଶ୍ବର : ରାଜ୍ୟରେ ଆଜି ୧୩୪୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୧୮ଜଣ ଚିହ୍ନଟ ହୋଇଥିବାବେଳେ ୫୨୩ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୭୯୬କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୪୨୭ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୩୩ହଜାର ୦୨୦ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୮୬ଜଣ । ସେହିପରି ୫୧ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୧୩୪୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରୁ ୨୨୭ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଜଣ, ସୁନ୍ଦରଗଡରୁ ୯୧,ଭଦ୍ରକରୁ ୮୩, କଟକରୁ ୭୬, ରାୟଗଡାର ୭୫, ଝାରସୁଗୁଡାରୁ ୬୭, ନୟାଗଡରୁ ୫୭, ବରଗଡରୁ ୫୬, ବାଲେଶ୍ବରରୁ ୫୪, କୋରାପୁଟରୁ ୪୫, ବଲାଙ୍ଗିର ଓ କେନ୍ଦ୍ରାପଡାରୁ ୨୭ ଜଣ ଲେଖାଏଁ, ସମ୍ବଲପୁରରୁ ୨୬, କଳାହାଣ୍ଡିରୁ ୨୫, କେଉଁଝରରୁ ୨୩, ଗଜପତିରୁ ୨୦, ମାଲ୍କାନଗିରିରୁ ୧୭, କନ୍ଧମାଳ, ଜଗତସିଂହପୁର ଓ ପୁରୀରୁ ୧୬ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଯାଜପୁରରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ସୋନପୁର ଓ ଢେଙ୍କାନାଳରୁ ୧୪ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବୌଦ୍ଧରୁ ୧୦ ମୟୂରଭଞ୍ଜରୁ ୯, ନୂଆପଡାରୁ ୭, ନବରଙ୍ଗପୁରରୁ ୬, ଅନୁଗୁଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।