କଟକରେ କରୋନା ରୋଗୀ ଚିହ୍ନଟ

କଟକରେ କରୋନା ରୋଗୀ ଚିହ୍ନଟ

କଟକରେ କରୋନା ରୋଗୀ ଚିହ୍ନଟ
କଟକ: ରାଜ୍ୟର ଷଷ୍ଠ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଆକ୍ରାନ୍ତ ଜଣଙ୍କ କଟକର ହୋଇଥିବାବେଳେ ସେ ଦିଲ୍ଳୀ ଯାଇଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, ଏଯାବତ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଭଦ୍ରକରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଇତିମଧ୍ୟରେ ଦୁଇ ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟଯେ, କରୋନା ଭାଇରସ୍ ଦ୍ୱାରା ବ୍ୟାପୁଥିବା ଗୋଷ୍ଠୀ ସଂକ୍ରମଣ ବା ଥାର୍ଡ ଷ୍ଟେଜ ଟ୍ରାନ୍ସମିଶନ ରୋକିବା ପାଇଁ ଭୁବନେଶ୍ୱର ଓ ଭଦ୍ରକକୁ ୪୮ ଘଂଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ ଟା ଠାରୁ ରବିବାର ରାତି ୮ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ ଗ୍ରସରୀ, ପନିପରିବା,ମାଛ, ମାଂସ ଓ ଅଣ୍ଡା ଦୋକନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଔଷଧ ଦୋକାନ ଖୋଲା ରହିଲେ ମଧ୍ୟ ସଂଖ୍ୟା କମାଇ ଦିଆଯିବ । ସରକାରଙ୍କ ନିଦେ୍ର୍ଧଶ ଅମାନ୍ୟ କରି ଏହିସମୟରେ ବାହାରେ ବୁଲାବୁଲି କରୁଥିବା ବ୍ୟକ୍ତିଙ୍କୁ ପୋଲିସ ସିଧା ସଳଖ ଉଠାଇ ନେଇ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଟାଂଇନ୍ରେ ରଖିବା ଓ ଆବଶ୍ୟକସ୍ଥଳେ ଜରିମାନା ଆଦାୟ ସହିତ ମାମଲା ରୁଜୁ କରିବା ସହ ଗିରଫ ମଧ୍ୟ କରାଯିବାର ପାଇଁ ନିଦେ୍ର୍ଧଶ ମଳିଥିବା ଜଣାପଡିଛି ।