ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ
ଭୁବନେଶ୍ୱର : ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୫ରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ପରୀକ୍ଷଣରୁ ଜଣଙ୍କର ପଜିଟିଭ ବାହାରିଛି । ଆଜି ୧୪ଟି ନମୁନା ପରୀକ୍ଷଣ କରାଯାଇଥିଲା । ତେବେ ସେଥିମଧ୍ୟରୁ ଜଣଙ୍କ ନମୁନା ପଜିଟିଭ ବାହାରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟଯେ, ଛଅ ମାସ ଧରି କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆଜି ସରକାରଙ୍କ ପକ୍ଷରୁ ଅପରାହ୍ନରେ ଦିଆଯାଇଥିବା ସୂଚନା ଅନୁଯାୟୀ ୬୧ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ୬୦ଟି ନେଗେଟିଭ ବାହାରିଛି । ସେହିପରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନରେ ରଖାଯାଇଛି । ସେହିପରି ୨୪ ଘଂଟା ମଧ୍ୟରେ ୧୦୪ ହେଲପଲାଇନକୁ ୧୨୨୬୮ କଲ ଆସିଥିବାବେଳେ ବିଦେଶରୁ ଫେରିଥିବା ୨୬ ଶହ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି । ସେହିପରି ମାର୍ଚ୍ଚ ୨୩ରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା ସ୍ଥଗିତ ରଖାଯାଇଛି ।