ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ
ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ
admin
Nov 13, 2020 - 06:08
Updated: Nov 13, 2020 - 06:08
ଭୁବନେଶ୍ବର: ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୮୫ ଜଣ ଚିହ୍ନଟ ହୋଇଥିବାବେଳେ ୪୩୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ହଜାର ୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୩ ହଜାର ୭୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୭୧୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୧୦୧୮ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୯୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୬୫, ବାଲେଶ୍ଵରରୁ ୨୪, ବରଗଡରୁ ୨୭, ଭଦ୍ରକରୁ ୯, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୨, କଟକରୁ ୭୩, ଦେବଗଡରୁ ୪, ଢେଙ୍କାନାଳରୁ ୨୦, ଗଜପତିରୁ ୭, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୫୧, ଯାଜପୁରରୁ ୩୯, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୩୮, କେଉଁଝରରୁ ୩୫,ଖୋରଧାରୁ ୮୩, କୋରାପୁଟରୁ ୧୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୮୬, ନବରଙ୍ଗପୁରରୁ ୧୭, ନୟାଗଡରୁ ୧୦, ନୂଆପଡାରୁ ୪୧, ପୁରୀରୁ ୩୮, ସମ୍ବଲପୁରରୁ ୪୬, ସୋନପୁରରୁ ୮, ସୁନ୍ଦରଗଡରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ପୁଲ୍ରୁ ୧୭ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।