ଓଡିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି
ଓଡିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି
admin
Nov 13, 2020 - 06:03
Updated: Nov 13, 2020 - 06:03
ନୂଆଦିଲ୍ଲୀ :ଓଡ଼ିଶାକୁ କେନ୍ଦ୍ର ସରକାର ଅମ୍ଫନ ସହାୟତା ବାବଦରେ ୧୨୮ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାତ୍ୟା ‘ଅମ୍ଫନ’ ଓ ‘ନିସର୍ଗ’ ସମେତ ବନ୍ୟା ଓ ଭୂସ୍ଖଳନ ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର ୪୩୮୧ କୋଟି ୮୮ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିଛନ୍ତି ।
ପଶ୍ଚିମବଙ୍ଗ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ସିକିମକୁ ଅର୍ଥ ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ ।
ପଶ୍ଚିମବଙ୍ଗକୁ ଅମ୍ଫନ ସହାୟତା ବାବଦରେ ସର୍ବାଧିକ ୨୭୦୭ କୋଟି ୭୭ ଲକ୍ଷ ଟଙ୍କା ଓ ଓଡ଼ିଶାକୁ ୧୨୮ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ମହାରାଷ୍ଟ୍ରକୁ ବାତ୍ୟା ନିସର୍ଗ ସହାୟତା ବାବଦରେ ୨୬୮ କୋଟି ୫୯ ଲକ୍ଷ ଟଙ୍କା ଦିଆଯିବ । ଅପରପକ୍ଷରେ ବନ୍ୟା ଓ ଭୂସ୍ଖଳନରେ କ୍ଷୟକ୍ଷତି ଘଟିଥିବାରୁ କର୍ଣ୍ଣାଟକକୁ ୫୭୭.୮୪ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୬୧୧.୬୧ କୋଟି ଟଙ୍କା ଓ ସିକିମକୁ ୮୭.୮୪ କୋଟି ଟଙ୍କା ପ୍ରଦାନ କରାଯିବ ।