ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି
ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି
admin
Oct 25, 2020 - 06:01
Updated: Oct 25, 2020 - 06:01
ଭୁବନେଶ୍ବର : ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ଗଜପତି, ଗଞ୍ଜାମ, କେନ୍ଦୁଝର, ବରଗଡ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୨୪୫କୁ ବୃଦ୍ଧି ହୋଇଛି ।
ଅନୁଗୁଳରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ୬୭ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୪୫ ବର୍ଷୀୟା ମହିଳା ରହିଛନ୍ତି । ଢେଙ୍କାନାଳରୁ ଦୁଇ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥାକ୍ରମେ ୪୦ ଓ ୪୬ ବର୍ଷ । ସେହିପରି ସୁନ୍ଦରଗଡରୁ ୬୨ ବର୍ଷୀୟ ପୁରୁଷ ଓ ୪୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ୬୨ ବର୍ଷୀୟ ପୁରୁଷ, ୫୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବରର ୬୬ ବର୍ଷୀୟ ପୁରୁଷ, ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ସେହିପରି ବରଗଡରୁ ୬୭ ବର୍ଷୀୟ ପୁରୁଷ ଆକ୍ରାନ୍ତ, ଗଜପତିରୁ ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତ, କେଉଁଝରରୁ ୫୯ ବର୍ଷୀୟ ମହିଳା, ପୁରୀରୁ ୮୨ ବର୍ଷୀୟ ପୁରୁଷ, ମାଲକାନଗିରିରୁ ୭୫ ବର୍ଷୀୟ ପୁରୁଷ ଓ ଗଞ୍ଜାମରୁ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।