ଲକଡାଉନ ପାଇଁ କଡା କଟକଣା

ଲକଡାଉନ ପାଇଁ କଡା କଟକଣା

ଲକଡାଉନ ପାଇଁ କଡା କଟକଣା
ଭୁବନେଶ୍ୱର: ଶୁକ୍ରବାର ରାତି ୯ଟାରୁ ଆରମ୍ଭ ହେବ ଲକଡାଉନ । ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ଲାଗୁ ରହିବ । ତେବେ ଏଥର ଲକଡାଉନ ଭାରି କଡ଼ା ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସ୍ୱାଭାବିକ ସ୍ଥିତି ଫେରିନଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ପୁଲିସ ସିପି କହିଛନ୍ତି । - ବ୍ୟାଙ୍କ କର୍ମଚାରୀ ନିଜ ପରିଚୟ ପତ୍ର, କର୍ତୃପକ୍ଷଙ୍କ ଚିଠି ଦେଖାଇବେ - ଆଇଟି ସଂସ୍ଥା ୧୦% କର୍ମଚାରୀଙ୍କୁ ଅଫିସ ଡାକିପାରିବେ - ସରକାରୀ କର୍ମଚାରୀ ନିଜ ପରିଚୟ ପତ୍ର ବ୍ୟବହାର କରିବେ । ବିଭାଗୀୟ କର୍ତୃପକ୍ଷଙ୍କ ଚିଠି ମଧ୍ୟ ଦେଖାଇବେ । - ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟ ପତ୍ର ବ୍ୟବହାର କରନ୍ତୁ ନାହିଁ - ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥାନାରୁ ଅନୁମତି ଆଣିବା ଜରୁରୀ - ରାସ୍ତାରେ ବାଇକ କିମ୍ବା କାର ବ୍ୟବହାର କରନ୍ତୁ ନାହିଁ । - ଏୟାର ପୋର୍ଟ, ରେଳଷ୍ଟେସନ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିବ । - ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ମିଳିବ ନାହିଁ । ସହରକୁ ପଶିବାକୁ ବା ସହରରୁ ବାହାରିବାକୁ ଅନୁମତି ଜରୁରୀ - ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ - ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ - ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବ ନାହିଁ - ସପ୍ତାହାନ୍ତ ସଟଡାଉନ ଏବେ ଉଠିଯିବ - ସପ୍ତାହର ସବୁଦିନ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ - କେବଳ ଗ୍ରୋସରୀ, ପରିବା ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲିବ - ଘର ପାଖ ଦୋକାନରୁ କିଣନ୍ତୁ, ଦୂରକୁ କିଣିବାକୁ ଯାଆନ୍ତୁ ନାହିଁ - ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ - ମେଡ଼ିକାଲ ଷ୍ଟାଫ ନିଜ ପରିଚୟ ପତ୍ର ଦେଖାଇ ଯାଇପାରିବେ - ଔଷଧ ଦୋକାନ କର୍ମଚାରୀ ଟ୍ରେଡ଼ ଲାଇସେନ୍ସ କପି ଦେଖାଇଯିବେ - ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ୱାଟସଆପ ଗ୍ରୁପ ହୋଇଛି - ଗଣମାଧ୍ୟମ କର୍ମଚାରୀ ପରିଚୟ ପତ୍ର, କର୍ତୃପକ୍ଷଙ୍କ ଚିଠି ଦେଖାଇବେ । ଗଣମାଧ୍ୟମର ମିଛ ପରିଚୟ ପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ - ଔଷଧ ଦୋକାନୀ କର୍ମଚାରୀ ଟ୍ରେଡ଼ ଲାଇସେନ୍ସ କପି ଦେଖାଇବେ