କରୋନା ଅପଡେଟ୍ : ୨୪ ଘଣ୍ଟାରେ ୩୧ ହଜାର ଆକ୍ରାନ୍ତ, ୪୮୨ ମୃତ
କରୋନା ଅପଡେଟ୍ : ୨୪ ଘଣ୍ଟାରେ ୩୧ ହଜାର ଆକ୍ରାନ୍ତ, ୪୮୨ ମୃତ
admin
Dec 1, 2020 - 05:24
Updated: Dec 1, 2020 - 05:24
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୧ ହଜାର ୧୧୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୮୨ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୭ ହଜାର ୬୨୧ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୮ ଲକ୍ଷ ୮୯ ହଜାର ୫୮୫ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୮୯୫ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୩୮୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ସର୍ବାଧିକ ୧୦୮ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩୭୨୬ ଏବଂ କେରଳରେ ୩୩୮୨ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଅତିକ୍ରମ କରିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୩୨ ଲକ୍ଷ ୨୩ ହଜାର ୬୬୧ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ ୪କୋଟି ୫ ଲକ୍ଷ ୨୨ ହଜାର ୧୭୪ ଜଣ ସୁସ୍ଥ ହୋଇଛନ୍ତି । ୧୪ ଲକ୍ଷ ୬୭ ହଜାର ୬୫୬ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨ କୋଟି ୧୨ ଲକ୍ଷ ୩୩ ହଜାର ୮୩୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।