୨୨ରେ କର୍ଫ୍ୟୁ ଜାରୀ କଲେ ମୋଦି

୨୨ରେ କର୍ଫ୍ୟୁ ଜାରୀ କଲେ ମୋଦି

୨୨ରେ କର୍ଫ୍ୟୁ ଜାରୀ କଲେ ମୋଦି
କରୋନାର କିଭଳି ମୁକାବିଲା କରାଯିବ ସେନେଇ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୋଦି ବାର୍ତ୍ତା ଦେଇଥିବା ବେଳେ ଆସନ୍ତା ୨୨ ମାର୍ଚ୍ଚ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଜନତା କର୍ଫ୍ୟୁ ସମୟରେ କେହି ଘରୁ ନ ବାହାରକୁ କହିଛନ୍ତି । ଏହାସହ ସମସ୍ତ ରାଜ୍ୟ ସରକାର ମଧ୍ୟ ଜନତା କର୍ଫ୍ୟୁ ପାଳନ କରିବାର ନେତୃତ୍ୱ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ଜନତା କର୍ଫ୍ୟୁ ମାଧ୍ୟମରେ କରୋନା ଭଳି ବିଶ୍ୱ ମହାମାରୀ ଲଢେଇ ପାଇଁ ଭାରତ କେତେ ପ୍ରସ୍ତୁତ ତାହା ଦେଖିବା ଓ ପରଖିବାର ସମୟ ଆସିଛି ବୋଲି କହିଛନ୍ତି ମୋଦି । କରୋନା ପୂରା ମାନବଜାତି ପାଇଁ ସଙ୍କଟ ନେଇ ଆସିଛି । ତେଣୁ ଆଗାମୀ କିଛି ଦିନ ସତର୍କ ରହି କରୋନାର ଉଚିତ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ଏପରିକି ଯେତେଦୂର ସମ୍ଭବ ଘରୁ ବସି କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।