ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ପତ୍ତା ମିଳୁନି

ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ପତ୍ତା ମିଳୁନି

 ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ପତ୍ତା ମିଳୁନି
ଭୁବନେଶ୍ୱର: ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନଥିବା ଜଣାଯାଇଛି । ସେମାନେ ଫୋନ ଉଠାଉ ନାହାନ୍ତି କି ନିର୍ଦ୍ଧିଷ୍ଟ ଠିକଣାରେ ମିଳୁନାହାନ୍ତି । ସେମାନଙ୍କ କୌଣସି ଖୋଜ ଖବର ମିଳୁନଥିବା ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ୧୮୧ ଜଣ ୟୁକେରୁ ଆସିଛନ୍ତି । ସେଥିରୁ ୧୧୯ ଜଣଙ୍କ ଟେଷ୍ଟ କରାଯାଇଛି । ସେଥିରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାକି ୬୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟାଇନ ସମୟ ସାରିଥିବାରୁ ଭୟ କରିବା ଅନାବଶ୍ୟକ । ସେମାନଙ୍କ ଭିତରେ କେହି ପଜିଟିଭ ମିଳିଥିଲେ ଜିନ ସିକୁ୍ୟଏନସିଂ ହୋଇଥାନ୍ତା ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।