ରାଜ୍ୟରେ ଆଉ ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଉ ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୯୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର ୪, ବାଲେଶ୍ୱରର ୨୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୫, କଟକରୁ ୨୯, ଢେଙ୍କାନାଳରୁ ୧, ଗଜପତିରୁ ୫୬, ଗଞ୍ଜାମରୁ ୨୭୩, ଜଗତସିଂପୁରରୁ ୧୭, ଯାଜପୁରରୁ ୧୬, ଝାରସୁଗୁଡାରୁ ଜଣେ, କେନ୍ଦ୍ରାପଡାରୁ ୩, କେଉଁଝରରୁ ୭, ଖୋର୍ଧାରୁ ୩୭, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୭, ନୟାଗଡରୁ ଜଣେ, ପୁରୀରୁ ୪, ରାୟଗଡାରୁ ୧୦, ସମ୍ବଲପୁରରୁ ୬ ଓ ସୁନ୍ଦରଗଡରୁ ୫୧ ଜଣ ରହିଛନ୍ତି ।