କରୋନା ଅପଡେଟ୍ : ୨୪ ଘଣ୍‌ଟାରେ ୪୧ହଜାର ନୂତନ ସଂକ୍ରମିତ ଚିହ୍ନଟ

କରୋନା ଅପଡେଟ୍ : ୨୪ ଘଣ୍‌ଟାରେ ୪୧ହଜାର ନୂତନ ସଂକ୍ରମିତ ଚିହ୍ନଟ

କରୋନା ଅପଡେଟ୍ : ୨୪ ଘଣ୍‌ଟାରେ ୪୧ହଜାର ନୂତନ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଆମେରିକା ପରେ ଭାରତରେ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ପାର୍ କରିସାରିଛି । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୪୧ ହଜାର ୩୨୨ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୮୫ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୬ ହଜାର ୨୦୦ରେ ପହଞ୍ଚିଛି। ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ଲକ୍ଷ ୫୧ ହଜାର ୧୧୦କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୫୨ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୭ ଲକ୍ଷ ୫୯ ହଜାର ୯୬୯ଜଣ । ଆଇସିଏମ୍ଆରର ସୂଚନା ଅନୁସାରେ ନଭେମ୍ବର ୨୭ ତାରିଖ ସୁଦ୍ଧା ଦେଶରେ ୧୩ କୋଟି ୮୦ ଲକ୍ଷ ନମୁନା ପରୀକ୍ଷଣ ହୋଇଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱର କରୋନା ସଂକ୍ରମଣ ସଂଖ୍ୟା ୬ କୋଟି ଅତିକ୍ରମ କରିଛି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୬ ଲକ୍ଷ ୨୬ ହଜାର ୯୭୩ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ ୩ କୋଟି ୯୪ ଲକ୍ଷ ୪୨ ହଜାର ୩୬୯ ଜଣ ସୁସ୍ଥ ହୋଇଛନ୍ତି । ୧୪ ଲକ୍ଷ ୪୨ ହଜାର ୩୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭ ଲକ୍ଷ ୪୨ ହଜାର ୨୪୪ରେ ପହଞ୍ଚିଛି । ଉଭୟ ଆକ୍ରାନ୍ତ ଏବଂ ମୃତକଙ୍କ ତାଲିକାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି ।