ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ

ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ

 ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଅସୁସ୍ଥ ହୋଇପଡ଼ିଥିବା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନରସିଂହଙ୍କ ପରିବାର ଲୋକଙ୍କ ସହ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ନରସିଂହଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ପ୍ରକାଶ ଯେ, ଆଜି କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା । ସିବିଆଇର ନିଷ୍କ୍ରିୟତା ବିରୋଧରେ କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଥିଲା । ଏକ ଖୋଲା ଜିପରେ ନରସିଂହ ମିଶ୍ରଙ୍କ ସମେତ ବହୁ ନେତା ଉକ୍ତ ରାଲିରେ ସାମିଲ ହୋଇଥିଲେ । ଉକ୍ତ ଜିପରେ ନରସିଂହ ମିଶ୍ର ଭାଷଣ ଦେଉଥିବାବେଳେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ । ଭାଷଣ ଦେଇ ସାରିଲା ପରେ ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ନରସିଂହ ସମ୍ପୂର୍ଣ୍ଣ ଠିକ ତଥା ସୁସ୍ଥ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ, ନରସିଂହ ମିଶ୍ର ଜଣେ ଉଚ୍ଚ ମଧୁମେହ ରୋଗୀ । ଦୀର୍ଘ ଯାତ୍ରା କରି ସେ ଆଜି ବଲାଙ୍ଗିରରୁ ଆସିଥିଲେ । ଦୀର୍ଘ ଯାତ୍ରା ଜନିତ କ୍ଲାନ୍ତି ଯୋଗୁଁ ଏମିତି ହୋଇଥାଇପାରେ । ସେ ହସ୍ପିଟାଲରେ ଅଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।