ଆରସିପି ସିଂହ ହେଲେ ଜେଡିୟୁ ସଭାପତି

ଆରସିପି ସିଂହ ହେଲେ ଜେଡିୟୁ ସଭାପତି

ଆରସିପି ସିଂହ ହେଲେ ଜେଡିୟୁ ସଭାପତି
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ବିଶ୍ୱସ୍ତ ସହଯୋଗୀ ଆରସିପି ସିଂହଙ୍କୁ ଜେଡିୟୁ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆରସିପି ସିଂହଙ୍କୁ ନୂଆ ସଭାପତି ଭାବେ ଘୋଷଣା କରାଯାଇଛି । ନିକଟରେ ଅନୁଷ୍ଠିତ ନିର୍ବାଚନରେ ଦଳର ପ୍ରଭାବ ହ୍ରାସ ଏବଂ ଅନ୍ୟ କେତେକ ପ୍ରସଙ୍ଗକୁ ନଜରରେ ରଖି ନୀତୀଶ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବୈଠକରେ ନୀତୀଶ ସଭାପତି ପଦରୁ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିବା ସହ ଆରସିପି ସିଂହଙ୍କୁ ସଭାପତି କରାଯିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହା ସର୍ବସମ୍ମତି କ୍ରମେ ଗ୍ରହଣ ହୋଇଥିଲା । ନୀତୀଶ କହିଛନ୍ତି ଆରସିପି ସିଂହ ଦଳୀୟ ସଂଗଠନର କାମ ନିଷ୍ଠାର ସହ କରି ଆସୁଛନ୍ତି ଏବଂ ରାଜ୍ୟରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ସେ ସଫଳ ହେବେ । ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ବିଧାୟକ ବିଜେପିରେ ସାମିଲ ହେବା ପରେ ଏ ନେଇ ଜେଡିୟୁ ବିଜେପି ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛି ।