ମନ କି ବାତରେ ପ୍ରଧାନମନ୍ତ୍ରୀ କଣ କହିଲେ ଜାଣନ୍ତୁ

ମନ କି ବାତରେ ପ୍ରଧାନମନ୍ତ୍ରୀ କଣ କହିଲେ ଜାଣନ୍ତୁ

 ମନ କି ବାତରେ ପ୍ରଧାନମନ୍ତ୍ରୀ କଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରୁ ଦେଶରେ ଆରମ୍ଭ ହେବ ଫିଟ ଇଣ୍ଡିଆ ମୁଭମେଣ୍ଟ । ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଫିଟ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ ହେବ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ନିଜର ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଏହା କହିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ମୁଁ ଲୋକଙ୍କୁ ଫିଟ ଓ ଫିଟ ହେବା ଲାଗି ସଚେତନ ହେବାକୁ ଆଶା କରୁଛି ବୋଲି ମୋଦି କହିଛନ୍ତି । ଏହାଛଡ଼ା ମନ କି ବାତରେ ମୋଦି କହିଛନ୍ତି ଯେ, ଆମ ଦେଶ ଗୋଟିଏ ପଟେ ବର୍ଷାର ଆନନ୍ଦ ଉଠାଉଥିବା ବେଳେ ଅନ୍ୟ ପଟେ ହିନ୍ଦୁସ୍ତାନର କୌଣସୀ ନା କୌଣସୀ କୋଣରେ ଉତ୍ସବ ମେଳାରେ ଚଳଚଞ୍ଚଳ ହୋଇ ଉଠିଛି । ଦୀପାବଳୀ ପର୍ୟ୍ୟନ୍ତ ସବୁକିଛି ଏଭଳି ଚାଲିବ । ଗତକାଲି ଦେଶ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳନ କରୁଥିଲା । ତେବେ ଭାରତ ପୁଣି ଏକ ବଡ ଉତ୍ସବ ପାଳନ କରିବାକୁ ଯାଉଛି । ସବୁଆଡେ ଏହି ବିଷୟରେ ଚର୍ଚ୍ଚା ହେଉଛି । ଦେଶ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛି । ତେବେ ଗାନ୍ଧୀ ସେବାକୁ କେବଳ ଶବ୍ଦରେ ନୁହେଁ କାମରେ କରି ଦେଖାଇଥିଲେ । ସତ୍ୟର ସାଥ, ଗାନ୍ଧୀଙ୍କର ଯେତିକି ଅତୁଟ ସାଥ ଥିଲା ସେହିଭଳି ସେବା ସହ ତାଙ୍କର ଅତୁଳନୀୟ ସାଥ ଥିଲା । ସେ କେବଳ ଭାରତବାସୀଙ୍କ ସ୍ୱର ନୁହେଁ ତାଙ୍କର ଏଭଳି କାର୍ୟ୍ୟ ପାଇଁ ସେ ମାନବ ମୂଲ୍ୟ, ମାନବ ଗାରିମା ପାଇଁ ଏକ ପ୍ରକାରର ବିଶ୍ୱର ସ୍ୱର ହୋଇ ପାରିଛନ୍ତି । ପୂର୍ବରୁ ଅକ୍ଟୋବର ୨ର ୨ସପ୍ତାହ ପୂର୍ବରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ୧୧ରେ ଏହି ଅଭିଯାନ ଆରମ୍ଭ ହେବ । ଚଳିତ ବର୍ଷ ବାପୁଙ୍କ ଜନ୍ମଦିନ ଅବସରରେ ପ୍ଲାଷ୍ଟିକ ବିରୋଧରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହେବ ।