ବିଗ ବି ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ବିଗ ବି ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ବିଗ ବି ପାଇବେ ଦାଦାସାହେବ ଫାଲକେ ପୁରସ୍କାର
ମୁମ୍ବାଇ : ବିଗ ବି ପାଇବେ ଦାଦାସାହେବ ଫାଲକେ ପୁରସ୍କାର । ଚଳିତ ବର୍ଷ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିବା ପାଇଁ ମନୋନୀତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା ଦେଇଛନ୍ତି । ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେ ପ୍ରେମୀଙ୍କୁ ନିଜର ନିଖୁଣ ଅଭିନୟ ଚାତୁରୀରେ ବାନ୍ଧି ରଖିଥିବା ବିଗ ବିଙ୍କୁ ସିନେ ଜଗତର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । ଯାହାକୁ ନେଇ ବଚ୍ଚନଙ୍କ ଫ୍ୟାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଚି । ସିନେ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯିବ । ଅମିତାଭ ବଚ୍ଚନ ନିଜର ସିନେ କ୍ୟାରିୟରରେ ୩ ଥର ରାଷ୍ଟ୍ରୀୟ ପୁରସ୍କାର ପାଇଥିବାବେଳେ ୧୨ଟି ଫିଲ୍ମ ଫେୟାର ପୁରସ୍କାର ବି ପାଇଛନ୍ତି । ତାଙ୍କ ପୂର୍ବରୁ ଗୁଲଜାର ସାହେବ, ପ୍ରାଣ, ବିନୋଦ ଖାନ୍ନା, ପୃଥ୍ୱୀରାଜ କାପୁର, ରାଜକାପୁର, ଲତା ମଙ୍ଗେସକର, ଦିଲୀପ କୁମାର ଏହି ପୁରସ୍କାର ପାଇଛନ୍ତି ।