କର୍ମୀଙ୍କୁ ଚାପୁଡା ମାରିଲେ ସାଂସଦ

କର୍ମୀଙ୍କୁ ଚାପୁଡା ମାରିଲେ ସାଂସଦ

କର୍ମୀଙ୍କୁ ଚାପୁଡା ମାରିଲେ ସାଂସଦ
ବ୍ରହ୍ମପୁର: ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜଣେ ପ୍ରଶଂସକଙ୍କୁ ଶକ୍ତ ଚାପୁଡା ମାରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ସ୍ଥାନୀୟ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଦୃଶ୍ୟ। ମଞ୍ଚ ଉପରେ ବିଜେଡିର କିଛି ନେତାଙ୍କ ସହ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ମଞ୍ଚ ଉପରେ ଥିବା ଜଣେ ପ୍ରଶଂସକଙ୍କ ବେକରେ ଏକ ଗାମୁଛା ପକାଇ ଦେଇଥିଲେ ସାଂସଦଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି। ହେଲେ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଇଥିଲେ। ବାସ ଏହାପରେ ସାଂସଦ ଚିହିଁକି ଉଠିଥିଲେ। ହଠାତ ସାଂସଦ ଚନ୍ଦ୍ରଶେଖର ସାହୁ ଏହି ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡା ମାରିଥିଲେ। ଯେଉଁ ଜନତାଙ୍କ ଭୋଟ ପାଇ ନେତା ସାଂସଦ ବନିଛନ୍ତି, ସେହି ଜନତାଙ୍କୁ ଏପରି ବ୍ୟବହାର ନେଇ ଚର୍ଚ୍ଚା ଜୋର ଧରିଛି । ତା ପୁଣି କାର୍ଯ୍ୟକାରିଣୀ ବୈଠକରେ। ଯେଉଁଠି ଦଳର ନେତା ଅଛନ୍ତି, ଦଳର କର୍ମୀ ଅଛନ୍ତି, ସାଧାରଣ ଜନତା ବି ଅଛନ୍ତି। ତେବେ ଏମିତି କଣ ପରିସ୍ଥିତି ହେଲା ଯେ ସାଂସଦଙ୍କୁ ଚାପୁଡା ମାରିବାକୁ ପଡିଲା । ଏହି ବ୍ୟକ୍ତି ଜଣଙ୍କ କି ଭୁଲ କଲେ ଯେ ସମସ୍ତଙ୍କ ଆଗରେ ତାଙ୍କୁ ଚାପୁଡା ମାରିଲେ ସାଂସଦ। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।