ଭୂକମ୍ପ:ପିଓକେ ଛିତଛତ୍ର,୫ ମୃତ

ଭୂକମ୍ପ:ପିଓକେ ଛିତଛତ୍ର,୫ ମୃତ

ଭୂକମ୍ପ:ପିଓକେ ଛିତଛତ୍ର,୫ ମୃତ
ନୂଆଦିଲ୍ଲୀ : ପାକ ଅଧିକୃତ କାଶ୍ମୀର ଅଂଚଳରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୂକମ୍ପ ପ୍ରଭାବରେ ଅନେକ ଘରଦ୍ୱାର ମାଟିରେ ମିଶି ଯାଇଥିବାବେଳେ ଜନଜୀବନ କ୍ଷୟକ୍ଷତି ହୋଇଥିବା ଜାଣିବାକୁୁ ମିଳିଛି । ତେବେ ଏସଂକ୍ରାନ୍ତରେ ସବିଶେଷ ତଥ୍ୟ ଏଯାବତ ଉପଲବ୍ଧ ହୋଇନାହିଁ । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪ଟା ୩୧ ମିନିଟ ସମୟରେ ଭାରତ ପାକ ସୀମାନ୍ତ ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ୬.୩ ରହିଛି । ଭାରତ ଓ ପାକିସ୍ତାନର ଅନେକ ସହର ମଧ୍ୟ ଏହାର ପ୍ରଭାବରେ ଥରି ଉଠିଥିଲା । ଉତର ଭାରତର ପଞ୍ଜାବ, ହରିୟାଣା ସହ ପାକିସ୍ତାନର ଇସଲାମାବାଦ, ପେଶୱାର, ରାୱଲପିଣ୍ଡି ଓ ଲାହୋରରେ ପ୍ରାୟ ୮ରୁ ୧୦ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟଯେ, ୨୦୦୫ରେ କାଶ୍ମୀରରେ ୭.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ଯାହାର ପ୍ରଭାବରେ ପିଓକେ ଅଂଚଳରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଥିଲା ।