ଏସିପିରେ ସାମିଲ ହେଲେ ଶତ୍ରୁଘ୍ନଙ୍କ ପତ୍ନୀ ପୁନମ୍

ଏସିପିରେ ସାମିଲ ହେଲେ ଶତ୍ରୁଘ୍ନଙ୍କ ପତ୍ନୀ ପୁନମ୍

ଏସିପିରେ ସାମିଲ ହେଲେ ଶତ୍ରୁଘ୍ନଙ୍କ ପତ୍ନୀ ପୁନମ୍
ନୂଆଦିଲ୍ଲୀ: ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଏସପି ସଭାପତି ଅଖିଳେଶ ସିଂହ ଯାଦବଙ୍କ ପତ୍ନୀ କନୌଜ ସାଂସଦ ଡିମ୍ପଲ ଯାଦବ ଓ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଉପସ୍ଥିତିରେ ପୁନମ ସାମିଲ ହୋଇଛନ୍ତି । ପୁନମ ଉତରପ୍ରଦେଶ ଲକ୍ଷୌ୍ନ ଆସନରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ଏଠାରେ ମେ ୬ରେ ନିର୍ବାଚନ ହେବାକୁ ଯାଉଛି । ବିହାରର ପାଟଣାସାହିବ ସାଂସଦ ଶତ୍ରୁଘ୍ନ ସମ୍ପ୍ରତି କଂଗ୍ରେସ ଟିକେଟରେ ଏଠାରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି ।