ଜାଲିଆନୱାଲା ବାଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ :ରାହୁଲ

ଜାଲିଆନୱାଲା ବାଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ :ରାହୁଲ

ଜାଲିଆନୱାଲା ବାଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ :ରାହୁଲ
ଅମୃତସର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଜାଲିଆନୱାଲା ବାଗରେ ପହଞ୍ଚି ଗଣହତ୍ୟାର ଶିକାର ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୧୯ ଏପ୍ରିଲ ୧୩ ତାରିଖରେ ବ୍ରିଟିଶ ସରକାର ଜାଲିଆନୱାଲା ବାଗରେ ଶାନ୍ତିପୂର୍ଣ୍ଣ ସଭା କରୁଥିବା ୨୦ ହଜାର ଭାରତୀୟଙ୍କ ଉପରକୁ ଗୁଳିମାଡ଼ କରିଥିଲେ, ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଅଭାବନୀୟ ଘଟଣାର ୧୦୦ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାଲିଆନୱାଲା ବାଗରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାହୁଲଙ୍କ ସହିତ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ, ପଞ୍ଜାବର କଂଗ୍ରେସ ପ୍ରଭାରୀ ଆଶା କୁମାରୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଝାକର ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।