କ୍ରସ ଭୋଟିଂ ପରେ ଅଳ୍ପେଶ ସମେତ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

କ୍ରସ ଭୋଟିଂ ପରେ ଅଳ୍ପେଶ ସମେତ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

କ୍ରସ ଭୋଟିଂ ପରେ ଅଳ୍ପେଶ ସମେତ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା
ଗାନ୍ଧୀନଗର: କଂଗ୍ରେସ ବିଦ୍ରୋହୀ ବିଧାୟକ ଅଳ୍ପେଶ ଠାକୁର ଏବଂ ଥୱଲସିଂହ କାଲା ଆଜି ଗୁଜରାଟ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି ଅଳ୍ପେଶ କହିଛନ୍ତି ରାହୁଲଙ୍କୁ ଭରସା କରି ସେ କଂଗ୍ରେସରେ ଯୋଗ ଦେଇଥିଲେ । କିନ୍ତୁ ରାହୁଲ ସବୁ କ୍ଷେତ୍ରରେ ପ୍ରତାରଣା କରିଥିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଗୁଜରାଟବାସୀଙ୍କ ପ୍ରତି ବିଶ୍ୱାସଘାତ କରିଝି ଏବଂ ରାହୁଲଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସନଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସୂଚନା ଯୋଗ୍ୟ, ଗୁଜରାଟର ମୋଟ ୧୮୨ ବିଧାନସଭା ଆସନରୁ କଂଗ୍ରେସର ୭୬ ବିଧାୟକ ନିର୍ବାଚନ ହୋଇଥିବା ବେଳେ ଏବେ ୭୧ ଜଣ ଦଳରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ଏକ ହୋଟେଲରେ ରଖାଯାଇଥିଲା । ରାଜ୍ୟରେ ବିଜେପିର ୧୦୦ ବିଧାୟକ ଅଛନ୍ତି ।