ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା
ଭୁବନେଶ୍ୱର : ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆରୁ ଏଲଏନଜି ଆମଦାନୀ ବଢ଼ିବାର ସମ୍ଭାବନା ରହିଛି । ଏ ନେଇ ନୂଆଦିଲ୍ଲୀରେ ଅଷ୍ଟ୍ରେଲିଆର ସମ୍ବଳ ମନ୍ତ୍ରୀ ମାଥୁ୍ୟ କାନଭାନଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆକୁ ଭାରତର ଅଧିକ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେବା ସହ ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ଅଷ୍ଟ୍ରେଲିଆ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କହିଥିଲେ । ବୈଠକରେ ଶ୍ରୀ ପ୍ରଧାନ କହିଥିଲେ, ଦୁଇ ଦେଶ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବା ତଥା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ପାଇଁ କୋଇଲା, ଖଣିଜ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଉଭୟ ମନ୍ତ୍ରଣାଳୟର ସମନ୍ୱୟର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆ ମେର୍ଟାଲୋଜିକାଲ କୋଇଲା ଆମଦାନୀ କରିବାରେ ଭାରତ ସର୍ବବୃହତ ଦେଶ । ତେଣୁ ଏକ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଦ୍ୱାରା କାର୍ଯ୍ୟ କରିବାର ଆବଶ୍ୟକ ରହିଛି । ଉଭୟ ମନ୍ତ୍ରୀ ଆଗାମୀ ମାସରେ ଉର୍ଜ୍ଜା ସମ୍ବଳକୁ ଏକ ବିସ୍ତୃତ ଶୃଙ୍ଖଳା ଆଧାରରେ ନିର୍ମାଣ କରିବାକୁ ସହମତି ପ୍ରକାଶ କରିଥିଲେ । ଅର୍ଥ ବ୍ୟବସ୍ଥା ଉପରେ ଏହା ସୁପ୍ରଭାବ ପକାଇବ ବୋଲି ଉଭୟ ଆଶା ପ୍ରକଟ କରିଥିଲେ । ଭାରତର ଉର୍ଜ୍ଜା ସୁରକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆ ଏକ ବିଶ୍ୱସନୀୟ ସହଯୋଗୀ ରାଷ୍ଟ୍ର ଭାବେ କାର୍ଯ୍ୟ କରିବ ବୋଲି ଅଷ୍ଟ୍ରେଲିଆ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।