କାଶ୍ମୀର ଯାଇପାରନ୍ତି ପ୍ରଧାନ ବିଚାରପତି

କାଶ୍ମୀର ଯାଇପାରନ୍ତି ପ୍ରଧାନ ବିଚାରପତି

କାଶ୍ମୀର ଯାଇପାରନ୍ତି ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କାଶ୍ମୀର ଯାଇପାରନ୍ତି । ଏନେଇ ପ୍ରଧାନ ବିଚାରପତି ନିଜେ କହିଛନ୍ତି । ସେ କହିଛନ୍ତି ଯେ, ଦରକାର ପଡ଼ିଲେ ମୁଁ କାଶ୍ମୀର ଯିବି । ସୁପ୍ରିମକୋର୍ଟରେ ୩୭୦ ଧାରା ଉଚ୍ଛେଦ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସେ ଏହା କହିଛନ୍ତି । ଗୁଲାମନବୀ ଆଜାଦଙ୍କୁ କାଶ୍ମୀର ଗସ୍ତ ନେଇ ଅନୁମତି ଅବସରରେ ପ୍ରଧାନ ବିଚାରପତି ଶ୍ରୀ ଗୋଗୋଇ କହିଛନ୍ତି । ପ୍ରକାଶ ଯେ, ସୋମବାର ସୁପ୍ରିମକୋର୍ଟ ଗୁଲାମନବୀ ଆଜାଦଙ୍କୁ କାଶ୍ମୀର ଗସ୍ତ ନେଇ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି । ସୁପ୍ରିମକୋର୍ଟ ଗୁଲାମନବୀଙ୍କୁ ଶ୍ରୀନଗର, ବାରମୂଳା, ଅନନ୍ତନାଗ ଓ ଜାମ୍ମୁ ଯିବାକୁ ଅନୁମତି ଦେଇଛନ୍ତି । ଗସ୍ତ ଅନୁମତି ସହ ସୁପ୍ରମିକୋର୍ଟ ମୁଖ୍ୟବିଚାରପତି କିଛି ସର୍ତ୍ତ ଆରୋପ କରିଛନ୍ତି । ଗୁଲାମନବୀ କୌଣସି ଭାଷଣ ଦେଇପାରିବେନି କି ରାଲି କରିପାରିବେନି ବୋଲି ମୁଖ୍ୟ ବିଚାରପତି ସର୍ତ୍ତ ରଖିଛନ୍ତି । ପୂର୍ବରୁ ସୀତାରାମ ୟେଚୁରୀଙ୍କୁ ସୁପ୍ରିମକୋର୍ଟ କାଶ୍ମୀର ଯିବା ପାଇଁ ଅନୁମତି ଦେଇଥିଲେ ।