ଶୋକବାର୍ତ୍ତା

ଶୋକବାର୍ତ୍ତା

ଶୋକବାର୍ତ୍ତା
ଦିଲ୍ଲୀପ ଶତପଥୀଙ୍କ ସହିତ ମୋର ସାକ୍ଷାତ ହୋଇଥିଲା ଅମିତ କଲେଜରେ । ଛାତ୍ରଛାତ୍ରୀ ମାନଙ୍କୁ ସାମ୍ବାଦିକତା ଶିକ୍ଷା ଦେଉଥିଲା ଅବସ୍ଥାରେ ଜଣେ ଧୀମାନ ଶିକ୍ଷକ ଭାବରେ ତାଙ୍କୁ ଜାଣିଲି । ଏହା ପରେ ଦୂରଦର୍ଶନର ସହକାରୀ ନିଦେ୍ର୍ଧଶକ ଏବଂ ପରେ ଉପନିଦେ୍ର୍ଧଶକ ଭାବରେ ତାଙ୍କୁ ଅର୍ଥନୀତିକ ଆଲୋଚନାରେ ଅଂଶଗ୍ରହଣ ପାଇଁ କେତେଥର ତାଙ୍କୁ ନିମନ୍ତ୍ରଣ କରିଥିଲି । ସେତେବେଳେ ଅର୍ଥନୀତି ସମ୍ପର୍କରେ ତାଙ୍କ ଜ୍ଞାନର ପରିଚୟ ପାଇଲି । ଗୋଟିଏ ଅର୍ଥନୀତି ସମ୍ପର୍କିତ ସମ୍ବାଦପତ୍ରର ସମ୍ପାଦକ ଭାବରେ ତାଙ୍କୁ ମୁଁ ବେଶ ଭଲ ଭାବରେ ଜାଣିଥିଲି । ଟେଲିଭିଜନ ଚ୍ୟାନେଲ ଗୁଡିକରେ ତାଙ୍କର ଯୁକ୍ତି ଏବଂ ମତ ଗୁଡ଼ିକ ବେଶ ବଳିଷ୍ଠ ହେଉଥିଲା । ଅନ୍ୟନ୍ତ ଧୀରସ୍ଥିର ଖୁବ୍ କମ୍ କଥା କହୁଥିବା ଏବଂ ସର୍ବଦା ହସହସ ମୁହଁ ଦେଖିଲେ ଶତ୍ରୁ ମଧ୍ୟ ତାଙ୍କ ନିକଟରେ ମୁଣ୍ଡ ନୁଅାଁଇବ । ଏଭଳି ଜଣେ ବିଜ୍ଞ ସାମ୍ବାଦିକ, ଛାତ୍ରବତ୍ସଳ ଶିକ୍ଷକ, ଯୁକ୍ତିନିଷ୍ଠ ତାର୍କୀକ ଏବଂ ମିତ ଓ ମଧୁର ଭାଷୀ ବ୍ୟକ୍ତି ଦିଲ୍ଲୀପ ଶତପଥୀଙ୍କ ବିୟୋଗ ମୋ ପାଇଁ ଏକ ଶକ୍ତ ଆଘାତ ଥିଲା । ତାଙ୍କର ଅବର୍ତ୍ତମାନରେ ତାଙ୍କର ଗୁଣାବଳୀକୁ ଅନୁସରଣ କରିବା ପାଇଁ ସାମ୍ବାଦିକତା ଛାତ୍ରଛାତ୍ରୀ, ଗଣମାଧ୍ୟମ, ସହ ସମ୍ପର୍କିତ ବନ୍ଧୁ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଅନୁରୋଧ କରୁଛି । ସୁଧାଂଶୁ ଶେଖର ଧଡ଼ା ଅବସରପ୍ରାପ୍ତ ଉପନିଦେ୍ର୍ଧଶକ ଆକାଶବାଣୀ ମୋ-୯୯୩୭୪୨୬୪୦୩