ୟୁନିୟନ ବ୍ୟାଙ୍କରେ ରହିବ ଜଗା ଟଙ୍କା ।
ୟୁନିୟନ ବ୍ୟାଙ୍କରେ ରହିବ ଜଗା ଟଙ୍କା ।
admin
Mar 20, 2020 - 07:46
Updated: Mar 20, 2020 - 07:46
ୟେସ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ଏଣିକି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିବ । ଟଙ୍କା ରଖିବା ନେଇ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଯେ, ମହାପ୍ରଭୁଙ୍କ ଟଙ୍କା ଜମା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡ ଟଙ୍କା ଜମା ପାଇଁ ଟେଣ୍ଡର ଡକାଯାଇଥିଲା । ଜାତୀୟକରଣ ବ୍ୟାଙ୍କମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯେଉଁ ଜାତୀୟକରଣ ବ୍ୟାଙ୍କ ଅଧିକ ସୁଧ ଦେବ ସେଠାରେ ୫୦ ପ୍ରତିଶତ ଟଙ୍କା ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ଟେଣ୍ଡରରେ ୨ୟ ଓ ୩ୟ ବ୍ୟାଙ୍କରେ ଅବଶିଷ୍ଟ ଟଙ୍କାର ୨୫ ପ୍ରଅତିଶତ କରି ଜମା ହେବ । ମହାପ୍ରଭୁଙ୍କ ଫାଉଣ୍ଡେସନ ଫଣ୍ଡର ପ୍ରାୟ ୧୦୦କୋଟି ଏସବିଆଇରେ ରହିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଗତକାଲି ସୂଚନା ଦେଇଥିଲେ ।
ତେବେ ୫.୭୫ ପ୍ରତିଶତ ସୁଧ ହାରରେ ୟୁନିୟନ ବ୍ୟାଙ୍କରେ ଟଙ୍କା ଜମା କରାଯିବ । ଟେଣ୍ଡର ପ୍ରକ୍ରିୟାରେ ଇଣ୍ଡିଆନ ବ୍ୟାଙ୍କ ୨ୟ ଓ କାନାରା ବ୍ୟାଙ୍କ ୩ୟ ସ୍ଥାନରେ ରହିଛି । ଇଣ୍ଡିଆନ ବ୍ୟାଙ୍କ ଓ କାନାର ବ୍ୟାଙ୍କ ୫.୭୫ ପ୍ରତିଶତ ହାରରେ ସୁଧ ଦେବାକୁ ଅରାଜି ହୋଇଥିବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଶ୍ଚିତ ବୋଲି ଶ୍ରୀ ଜେନା କହିଛନ୍ତି ।