ଜନଗଣନା ଘୁଞ୍ଚାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।

ଜନଗଣନା ଘୁଞ୍ଚାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।

ଜନଗଣନା ଘୁଞ୍ଚାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗଣନା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଲେଖିଛନ୍ତିଯେ, ସାରା ଦେଶରେ ୨୦୨୧ ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜୀକା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପ୍ରେଲ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ଥିଲା । ଏହି ୪୫ ଦିନରେ ଗୃହ ତାଲିକା, ଗୃହ ଜନଗଣନା ଓ ଜନସଂଖ୍ୟା ପଞ୍ଜୀକା ଅପଡେ଼ଟ କରାଯିବା ପାଇଁ କାର୍ଯ୍ୟସୂଚୀ ରହିଥିଲା । ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ସାରା ଦେଶରେ ନିୟୋଜିତ ପ୍ରାୟ ୩୦ ଲକ୍ଷ ଏନମୁରେଟର ଓ ସୁପର ଭାଇଜର ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ସେହିପରି ପ୍ରଶିକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆନୁଷଙ୍ଗୀକ କାର୍ଯ୍ୟକ୍ରମ ମଧ୍ୟ ରହିଛି । କିନ୍ତୁ ସମ୍ପ୍ରତି ଆମେ ମହାମାରୀ ନୋଭେଲ କରୋନା ଭାଇରସ-୧୯ ସହ ଲଢେ଼ଇ କରୁଛୁ । ରାଜ୍ୟର ପ୍ରଶାସନିକ କଳ ଏବେ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଏହି ସମୟରେ ଯଦି ଜନଗଣନା ଓ ସେହିଭଳି କାର୍ଯ୍ୟକ୍ରମ କରାଯାଏ ତେବେ କ୍ଷେତ୍ର କର୍ମଚାରୀ ଓ ଲୋକମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଜନଗଣନା ଓ ତତସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ବର୍ତମାନ ପାଇଁ ସ୍ଥଗିତ ରଖାଯିବା ଦରକାର । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମୀକ୍ଷା କରି ଆବଶ୍ୟକୀୟ ନିଷ୍କତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।