ଆସ୍ଥା ଭୋଟ ପୂର୍ବରୁ କମଳନାଥଙ୍କ ଇସ୍ତଫା
ଆସ୍ଥା ଭୋଟ ପୂର୍ବରୁ କମଳନାଥଙ୍କ ଇସ୍ତଫା
admin
Mar 20, 2020 - 07:29
Updated: Mar 20, 2020 - 07:29
ଭୋପାଳ : ବହୁ ପ୍ରତୀକ୍ଷିତ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି । ଫଳରେ ରାଜ୍ୟରେ ବିଜେପି ସରକାର ଗଢ଼ିବାର ରାସ୍ତା ପ୍ରଶସ୍ତ ହୋଇଯାଇଛି ।
ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ସଂକ୍ରାନ୍ତରେ ସୁପି୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଆଜି ଅପରାହ୍ନ ୫ଟା ସୁଦ୍ଧା ବିଧାନସଭାରେ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ୨୨ ବିଧାୟକଙ୍କ ବିଦ୍ରୋହ ଏବଂ ଇସ୍ତଫା ପରେ କମଳନାଥ ସରକାର ପାଇଁ ବଡ଼ ସଂକଟ ସୃଷ୍ଟି ହୋଇଥିଲା । ସେହିପରି ବାଚସ୍ପତି ମଧ୍ୟ ବିଧାୟକମାନଙ୍କ ଇସ୍ତଫା ଗୃହୀତ କରିବାକୁ ବାଧ୍ୟ ହୋଇଥିଲେ । ଅପରପକ୍ଷରେ ଗୃହରେ ଶକ୍ତି ପରୀକ୍ଷା ସମୟରେ ବିଧାୟକମାନେ ହାତ ଉଠାଇ ଭୋଟ ପ୍ରକି୍ରୟାରେ ସାମିଲ ହେବେ ଏବଂ ଗୃହର ସମସ୍ତ କାର୍ଯ୍ୟର ଭିଡିଓ ରେକର୍ଡିଂ ହେବ । ରାଜ୍ୟ ଡିଜିପିଙ୍କୁ ନିଦେ୍ର୍ଧଶରେ କୁହାଯାଇଛି ଯେ ବିଦ୍ରୋହୀ ବିଧାୟକମାନଙ୍କ ଆସିବାରେ ଯେଭଳି କୌଣସି ପ୍ରତିବନ୍ଧକ ନ ହୁଏ ସେ ଦିଗରେ ପଦକ୍ଷେପ ନେବାକୁ ହେବ । ଏହା ସହିତ ସମସ୍ତ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଫଳରେ କମଳନାଥ ସରକାର ଆସ୍ଥା ଭୋଟରେ ପରାସ୍ତ ହେବା ନିଶ୍ଚିତ ହୋଇଯାଇଥିଲା । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ।