ନିର୍ବାଚନ ପୂର୍ବରୁ ଲାଲୁ ପରିବାରରେ ବିଦ୍ରୋହ:ନୂଆ ଦଳ ଗଢିଲେ ତେଜପ୍ରତାପ

ନିର୍ବାଚନ ପୂର୍ବରୁ ଲାଲୁ ପରିବାରରେ ବିଦ୍ରୋହ:ନୂଆ ଦଳ ଗଢିଲେ ତେଜପ୍ରତାପ

ନିର୍ବାଚନ ପୂର୍ବରୁ ଲାଲୁ ପରିବାରରେ ବିଦ୍ରୋହ:ନୂଆ ଦଳ ଗଢିଲେ ତେଜପ୍ରତାପ
ପାଟନା:ଲୋକସଭା ନିର୍ବାଚନ ପୂର୍ବରୁ ଲାଲୁ ପରିବାରରେ ବିଦ୍ରୋହ ଦେଖାଦେଇଛି । ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଦୁଇଗଡ ହୋଇଯାଇଛି । ପରିବାରର ବଡ ପୁଅ ତେଜପ୍ରତାପ ଯାଦବ ଦଳ ବିରୋଧରେ ଯାଇ ନିଜର ଏକ ନୂଆ ଦଳ ଲାଲୁ-ରାବ୍ରି ମୋର୍ଚ୍ଚା ଗଠନ କରିଛନ୍ତି । ଏହି ଦଳରୁ ତେଜପ୍ରତାପ ସାରଣ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କୁହାଯାଉଛି ଯେ ସାରଣ ଲୋକସଭା ଆସନରୁ ଆରଜେଡି ପକ୍ଷରୁ ତେଜପ୍ରତାପଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କୁ ଟିକେଟ ମିଳିବା ପରେ ଏହାକୁ ନେଇ ବିବାଦ ଉପୁଜି ଥିଲା । ତେଜପ୍ରତାପ ଏହାକୁ ଚାହୁଁ ନଥିଲେ । ତାଙ୍କର ବାରଣ ସତ୍ୱେ ଚନ୍ଦ୍ରିକା ରାୟଙ୍କ ପ୍ରାର୍ଥିତ୍ୱ କାଏମ୍ ରହିଥିଲା । ଏ ବାବଦରେ ତେଜପ୍ରତାପ କହିଛନ୍ତି ଯେ ସାରସ ଆସନ ଉପରେ ତାଙ୍କ ପିତାଙ୍କ ଦଖଲ ରହିଆସିଥିଲା । ତେଣୁ ଏହି ଆସନରେ ମାଆ ରାବ୍ରିଙ୍କୁ ଟିକେଟ ମିଳିବା ଉଚିତ ଥିଲା । ଯଦି ଉଭୟଙ୍କ ମଧ୍ୟରୁ ଜଣକୁ ଏଠାରେ ପ୍ରାର୍ଥୀ କରାନଯାଏ, ତେବେ ପରିବାର ପକ୍ଷରୁ ସେ ସେଠାରେ ଲଢିବେ ଏବଂ ଜିତିବେ । ଅନ୍ୟ କେହି ପ୍ରାର୍ଥୀ ହେଲେ ସେ ସହ୍ୟ କରିବେ ନାହିଁ । ଏହା ବ୍ୟତୀତ ତେଜପ୍ରତାପ ଶିବହର ଓ ଜହାନାବାଦ ଆସନ ଚାହୁଁଥିଲେ । କିନ୍ତୁ ଜହାନାବାଦ ପାଇଁ ଯାହାର ନାମ ଘୋଷଣା କରାଯାଇଛି, ସେ ତିନିଥର ନିର୍ବାଚନ ହାରିଛନ୍ତି । ତେଣୁ ଏହାକୁ ନେଇ ମଧ୍ୟ ସେ ଖୁସି ନାହାନ୍ତି ।