ବିରୋଧୀ ଦଳ ସଂଖ୍ୟାର ଚିନ୍ତା ଛାଡନ୍ତୁ , ଆମ ପାଇଁ ତାଙ୍କ ଭାବନା ବହୁ ମୂଲ୍ୟବାନ୍-ମୋଦି

ବିରୋଧୀ ଦଳ ସଂଖ୍ୟାର ଚିନ୍ତା ଛାଡନ୍ତୁ , ଆମ ପାଇଁ ତାଙ୍କ ଭାବନା ବହୁ ମୂଲ୍ୟବାନ୍-ମୋଦି

ବିରୋଧୀ ଦଳ ସଂଖ୍ୟାର ଚିନ୍ତା ଛାଡନ୍ତୁ , ଆମ ପାଇଁ ତାଙ୍କ ଭାବନା ବହୁ ମୂଲ୍ୟବାନ୍-ମୋଦି
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତ, ‘ ଯେ ଦେଶର ଜନତା ସବକା ସାଥ୍-ସବକା ବିକାଶକୁ ଏକ ଅଦଭୁତ୍ ବିଶ୍ୱାସ ଭରି ଦେଇଛନ୍ତି । ଲୋକତନ୍ତ୍ରରେ ବିରୋଧୀ ଦଳ ସକ୍ରିୟ ରହିବା ଅନିବାର୍ଯ୍ୟ ଅଟେ । ସେମାନେ ସଂଖ୍ୟାର ଚିନ୍ତା ଛାଡି ଦିଅନ୍ତୁ । ତାଙ୍କର ଗୋଟିଏ ଗୋଟିଏ ଶବ୍ଦ ଆମ ପାଇଁ ମୂଲ୍ୟବାନ୍ ଅଟେ । ମୁଁ ବିଶ୍ୱାସ କରେ ଯେ ପୂର୍ବତୁଳନାରେ ସଂସଦରେ ଅଧିକ ସାଂସଦ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ ମୁଁ ଆଶା କରେ ବିରୋଧୀ ଦଳ ସକ୍ରିୟ ଭାବେ ଗୃହରେ କାର୍ଯ୍ୟ କରିବେ । ସଂସଦରେ ବିରୋଧୀ ଦଳର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ବଜେଟ୍ ଅଧିବେଶକୁ ସୁରୁଖୁରରେ ଚଲାଇବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରିଥିଲେ । ସଂସଦକୁ ସୁରୁଖୁରୁରେ ଚଲାଇବା ଓ ଗଠନ ମୂଳକ ବତର୍କ କରିବା ପାଇଁ ସବୁ ଦଳର ସହାୟତା ଲୋଡିଥିଲେ ପ୍ରଧାନମନ୍ତ୍ରୀ ।