କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥ ହେବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥ ହେବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥ ହେବାକୁ ଟ୍ରମ୍ପଙ୍କ ପ୍ରସ୍ତାବ
ୱାଶିଂଟନ:ଭାରତ ପାକିସ୍ତାନ ମଧ୍ୟରେ ବିବାଦର ମୁଖ୍ୟ କାରଣ ପାଲଟିଥିବା କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ହ୍ୱାଇଟ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଛନ୍ତି ଯଦି ଉଭୟ ଦେଶ ତାଙ୍କୁ କହିବେ କହିବେ ସେ କାଶ୍ମୀର ପ୍ରସଙ୍ଗର ସମାଧାନରେ ସହଯୋଗ କରିବାକୁ ରାଜି ଅଛନ୍ତି । ଏଥି ପାଇଁ ମଧ୍ୟସ୍ଥ ହେବାକୁ ସେ ପ୍ରସ୍ତୁତ । ଟ୍ରମ୍ପ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ମଧ୍ୟସ୍ଥ ହେବାକୁ କହିଛନ୍ତି । ଇମ୍ରାନ ଯଦି ତାଙ୍କୁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କହିବେ ସେ ମଧ୍ୟସ୍ଥ ହେବେ । ଯଦି ନିମନ୍ତ୍ରଣ ମିଳିବ ତେବେ ସେ ପାକିସ୍ତାନ ଯିବାକୁ ବି ପସନ୍ଦ କରିବେ । କାଶ୍ମୀର ବିବାଦର ସାମାଧନ ବାଟ ବାହାର କରିବାରେ ଉଭୟ ଆମେରିକା ଓ ପାକିସ୍ତାନ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଇମ୍ରାନ ମଧ୍ୟ ଟ୍ରମ୍ପଙ୍କ ଏଭଳି ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି ।